ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି(ବିଏସପି) ନିଜ ପକ୍ଷ ସ୍ୱଷ୍ଟ କରିଦେଇଛି । ବିଏସପି ମୁଖ୍ୟ ମାୟାୱତୀ ପ୍ରେସ କନଫ୍ରେନ୍ସରେ ଏହି ବଡ଼ ଘୋଷଣା କରିଛନ୍ତି ।
ମାୟାୱତୀ କହିଛନ୍ତି ଯେ, ଆମ ପାର୍ଟି ଆଦିବାସୀ ସମାଜର ଉନ୍ନତି ଉପରେ ଅଧିକ ଗୁରୁତ୍ୱାରୋପ କରିଥାଏ । ସେଥିପାଇଁ ରାଷ୍ଟ୍ରପତି ପଦ ପାଇଁ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସ୍ଥିର କରିଛୁ । ଆମେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏନଡିଏ କିମ୍ବା ବିଜେପି ସପକ୍ଷରେ କିମ୍ବା ବିରୋଧୀଙ୍କ ବିପକ୍ଷରେ ନେଇନାହୁଁ । ବରଂ ନିଜ ପାର୍ଟିର ଗତି ଉପରେ ଧ୍ୟାନ ଦେଇ ଆଦିବାସୀ ସମାଜର ଯୋଗ୍ୟ ଓ କର୍ମଠ ମହିଳାଙ୍କୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛୁ।