କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପଞ୍ଚାୟତରେ ଚାଲିଥିଲା ବେଳେ ଏହି କାର୍ଯ୍ୟର ଅଗ୍ରଗତିକୁ ନେଇ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଆଜି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି। ବିଧାୟକ ଶ୍ରୀ ଜେନା ମାହାଙ୍ଗାର ଜୟପୁର ଓ ମଧୁପୁରଠାରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ବିଭାଗୀୟ ଅଧିକାରୀଙ୍କୁ ଏ ସଂପର୍କରେ ପଚାରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏସି ସୁରେଶ ଚନ୍ଦ୍ର ରାଉତ, ଆର୍ଡବ୍ଲୁଏସ୍ଏସ୍ର ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ଚନ୍ଦ୍ର ଦେଓ, ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ଦାସ, ମେଗା ମ୍ୟାନେଜର ଏସ୍. ସୁରେଶ ବିଧାୟକଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଶ୍ରୀ ଜେନା ଜରୀଆ ଝିଲ୍ଲୀର ପରିଦର୍ଶନ କରିଥିଲେ। ଏହାର ପୁନରୁଦ୍ଧାର ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।
ଦୀର୍ଘଦିନ ଧରି ଏହି ଝିଲ୍ଲୀଟି ଦଳପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷା ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ୍ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସଭ୍ୟ ରିଆଜୁଲ ହୋଦା, କୁଣ୍ଡି ସରପଞ୍ଚ ବିଜୟାନନ୍ଦ ସ୍ୱାଇଁ, ମଧୁପୁର ସରପଞ୍ଚ ରବିନ୍ଦ୍ର ବାଗ୍, କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି, ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ପତି, ବିଜେଡି ପର୍ଯ୍ୟବେକ୍ଷକ ସତ୍ୟନାରାୟଣ ମହାନ୍ତି, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ସମାଜସେବୀ ପନଙ୍ଗ ଭୂଷଣ ଦାସ, ସତ୍ୟଜିତ୍ ଦାସ, ମୂଳବସନ୍ତ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କର, କୁହୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ଯୁବ ସଂଗଠକ ପ୍ରୀତମ୍ କାନୁନଗୋ, ଯୁବନେତା ଦୀପକ ଦାଶ, ବିଶ୍ୱେଶ୍ୱର ମହାନ୍ତି, କାହ୍ନୁ ଚରଣ ସାହୁ, ଦୀନବନ୍ଧୁ ସାହୁ, ସଂଧ୍ୟାରାଣୀ ମହାନ୍ତି, ପ୍ରଶାସନ୍ତ ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଜେନା ମେଗା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ।