ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ଜଣ ଆହତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, କଲନୀସାହି ଗାଁର ମିରୋଜ କୁମାର ସିଂ(୩୨) ସକାଳୁ ପରିସ୍ରା କରିବାକୁ ଯାଉଥିବା ସମୟରେ ହଠାତ ପାଗଳ କୁକୁର ଆସି ତାଙ୍କୁ କାମୁଡ଼ି ଦେଇଥିଲା । ପରେ ପରିବାର ଲୋକେ ତାଙ୍କୁ କୋଟଗଡ଼ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ଗୁରୁତର ଥିବାରୁ ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେହିପରି କୁକୁର କାମୁଡ଼ିଥିବା ଅନ୍ୟ ୪ଜଣ ହେଲେ ଟାଙ୍କି ସାହିର ଅର୍ଜୁନ ସାହୁଙ୍କ ପୁଅ ରାଜେଶ କୁମାର ସାହୁ, ହାଟପଦା ଗ୍ରାମର ତୁଣ୍ଡୁଡ଼ା ନାୟକ, ଝରିଆପଦାର ସନ୍ତୋଷ ମହାନ୍ତି ଓ ମଦାଙ୍ଗି ଗ୍ରାମର ଜଣେ ବ୍ୟକ୍ତି । ଏହି ପାଗଳ କୁକୁର ପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ତେଣୁ ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।