ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମଧ୍ୟ ଏନସିବି ଚାର୍ଜସିଟ ଦାଖଲ କରିଛି । ରିୟା ଓ ତାଙ୍କ ଭାଇଙ୍କ ଉପରେ ଡ୍ରଗ୍ସ ସେବନ ଓ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବାର ଆରୋପ ଲାଗିଛି । ଉକ୍ତ ମାମଲାର ଶୁଣାଣୀ ଜୁଲାଇ ୧୨ରେ ହେବ । ଶୁଣାଣୀ ସମୟରେ ଯଦି କୋର୍ଟ ଆରୋପକୁ ଗ୍ରହଣ କରିନିଅନ୍ତି ତେବେ ରିୟାଙ୍କ ସମସ୍ୟା ବଢ଼ିପାରେ ।
ସୂଚନାଯୋଗ୍ୟ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଆଜି କୋର୍ଟରେ ହାଜର ହୋଇଥିଲେ । ଉକ୍ତ ମାମଲାରେ ରିୟା ସେପ୍ଟେମ୍ବର ୨୦୨୦ରେ ଗିରଫ ହୋଇଥିଲେ । ମାସେ କାଳ ଜେଲରେ ରହିବା ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।