ରଥଯାତ୍ରା ପାଇଁ ପାଟଣାଗଡ଼ରେ ପ୍ରସ୍ତୁତି ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆଗାମୀ ରଥଯାତ୍ରା ପାଇଁ ପାଟଣାଗଡ଼ ସ୍ଥାନୀୟ ସୁଭଦ୍ରା ଭବନରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ପାଟଣାଗଡ଼ ତହସିଲଦାର ଡା.ପୁଷ୍ପାଞ୍ଜଳୀ ପଣ୍ଡା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଓ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ ଯୋଗ ଦେଇଥିଲେ। ୨ବର୍ଷ ପରେ ହେବାକୁ ଥିବା ରଥଯାତ୍ରାରେ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ, ସୁରକ୍ଷା ଓ ସ୍ୱଚ୍ଛତା ସହିତ କିପରି ସୁପରିଚାଳନା ହେବ ସେବିଷୟରେ ଆଲୋଚନା ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ଲାଗୁ କରାଯାଇଥିବା ନିୟମକୁ ଉଲ୍ଲଂଘନ ନକରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ରଥ ଯାତ୍ରା କମିଟି, ମନ୍ଦିର କମିଟିର ପୁରୋହିତ, ସେବାୟତ, ରଥ ପରିଚାଳନା କମିଟି, ଦେବତ୍ତୋର କମିଟି, ମହାଲକ୍ଷ୍ମୀ ପୂଜା କମିଟି, ସିନିୟର ସିଟିଜେନ କମିଟି, ପାଟଣେଶ୍ୱରୀ ସେନା ସେବାୟତ ସଂଘ, ମାରୱାଡି ଯୁବମୋର୍ଚ୍ଚା, ବଜରଙ୍ଗ ଦଳ, ରିକ୍ସା ସଂଘ, ହେମାଲି ସଂଘ, ବିଭିନ୍ନ ଦୁର୍ଗା ପୂଜା କମିଟି, ଆଇନଜୀବୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସରକାରୀ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।