ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୀତିଶ

ପାଟନା: ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛି । ଦୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏସମ୍ବନ୍ଧରେ ଏକ ଚିଠି ଜାରି କରାଯାଇଛି ।

ଚିଠିରେ କୁହାଯାଇଛି ଯେ, ଦୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା । ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦ ଲାଗି ପ୍ରାର୍ଥୀ କରିବା ନିଶ୍ଚିତ ରୂପେ ଖୁସିର କଥା । ମୂଳତଃ ଓଡ଼ିଶାରୁ ହୋଇଥିବା ଦୌପଦୀ ମୁର୍ମୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ରୂପେ ନିଜ ଦାୟିତ୍ତ୍ୱକୁ ବେଶ୍ ଭଲ ଭାବେ ନିର୍ବାହ କରିଛନ୍ତି । ପରେ ଝାଡ଼ଖଣ୍ଡର ରାଜ୍ୟପାଳ ରୂପେ ମଧ୍ୟ ତାଙ୍କ ଭୂମିକା ବେଶ୍ ପ୍ରଶଂସନୀୟ । ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଉଥିବା ନେଇ କାଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।