ଘୁନସରରେ ଆନ୍ତର୍ଜାତିକ ଯୋଗ ଦିବସ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁର ସ୍ଥାନୀୟ ବଣା ବିଜାର ଖେଳ ପଡ଼ିଆରେ ଆଜି ଶ୍ରୀ ଅରବିନ୍ଦ ଯୁବକ ସଂଘ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ଓ ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଯୋଗ ପ୍ରଶିକ୍ଷକ ଭାବେ ଦେବ ଦର୍ଶନ ତ୍ରିପାଠୀ ଜି ଯୋଗଦେଇ ନିରୋଗ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅରବିନ୍ଦ ଯୁବକ ସଂଘର ସଭାପତି ପ୍ରେମାନନ୍ଦ ବାଗ, ସମ୍ପାଦକ ମନୋକ କୁମାର ସାହୁ, ରବିଚନ୍ଦ୍ର ସାହୁ, ବବଲୁ ରଣା, ଚମ୍ପୂଲାଲ ରଣା ଓ ତୁଳସୀ ଗହୀର ପ୍ରମୁଖ ସହଯୋଗ କରିଥିଲେ ।