ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ-୧୦ରେ ରହୁଥିବା ୧୪୭ ଜଣ ଲୋକଙ୍କୁ କରୋନା ସହାୟତା ପ୍ରଦାନ କରିଛନ୍ତି। କିଛିମାସ ପୂର୍ବେ ଗେଟସୋବର ପଡାରେ ସେଠାକାର ସମସ୍ୟା ଶୁଣିବା ପାଇଁ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହି ସମୟରେ ଏହି ୱାର୍ଡର ୧୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକ ଆସି କରୋନା ମହାମାରୀ ଯୋଗୁଁ ତାଙ୍କର ଜୀବିକା ଉପର୍ଜନରେ ଘୋର ବ୍ୟାଘାତ ଘଟିଛି। ତାଙ୍କୁ କିଛି ସହାୟତା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଥିଲେ।
ବିଧାୟକ ଶ୍ରୀ ମିଶ୍ର ସେ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ଶୁଣିବା ସହ ନିଜ ବିଧାୟକ ପାଣ୍ଠିରୁ ୧୪୭ ଜଣଙ୍କ ପାଇଁ ସୁଖିଲା ଖାଦ୍ୟ ହିସାବରେ ୨୫ କେଜି ଚାଉଳ ଏବଂ ଦୁଇ କେଜି ଡାଲି ଲେଖାଏଁ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ। ଆଜି ପୂର୍ବାହ୍ନ ୧୧ ଘଟିବା ସମୟରେ ଗେଟସରୋବର ପଡାଠାରେ ପୌର ଅଧିକାରୀ ବିପିନ ଦୀପଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ଶ୍ରୀ ମିଶ୍ର ଗରିବ ଲୋକଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ଏହା ସହ ଗେଟସରୋବର ବନ୍ଧର ଗାଧୁଆ ଘାଟ ସଫା କରିବା ପାଇଁ ମଧ୍ୟ ଅନୁଦାନ ଦିଆସରିଛି ତାର କାମ ମଧ୍ୟ ବହୁ ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ।
ଆହୁରି ମଧ୍ୟ ଯଦିଓ ଓଡିଶାରେ କରୋନା ମହାମାରୀର ରୂପ ନିୟନ୍ତ୍ରଣରେ ଅଛି କିନ୍ତୁ ଜାତୀୟ ସ୍ତରକୁ ଦେଖିଲେ ଦେଶରେ ଏବେ କରୋନା ଉପରମୁହାଁ ହେବାର ଲାଗିଛି। ଲୋକେ ସଚେତନ ହୁଅନ୍ତୁ ସାନିଟାଜର ବ୍ୟବହାର କରନ୍ତୁ ଏବଂ ବାହାରକୁ ବାହାରିଲେ ସାମାଜିକ ଦୂରତ୍ୱ ପାଳନ ସହ ପ୍ରତ୍ୟେକ ଲୋକ ମାକ୍ସ ପରିଧାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ସଚେତନ କରିଥିଲେ। ଏହି ଅବସରରେ ଏ ଅଞ୍ଚଳର ଓମ୍ ପ୍ରକାଶ କୁମ୍ଭାର, ସତ୍ୟନାରାୟଣ କୁମ୍ଭାର, ଅନ୍ତ ମଛଖଣ୍ଡ, ସୀତାରାମ କୁମ୍ଭାର, ଦିଲ୍ଲୀପ କୁମ୍ଭାର, ଦିପକ ନାଗ, ମନିନ୍ଦ୍ର କୁମ୍ଭାର, ଦୁଃଖି କୁମ୍ଭାର, ମୁନା କୁମ୍ଭାର, ଦେବାଶିଷ ନାଏକ, ଜୁଲୁ ପଟ୍ଟନାୟକ, ବୁଲୁ ଦାନି, କୈଳାସ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ।