ବାଙ୍ଗାଲୁରୁରେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚର ଉଦଘାଟନ କଲେ ମୋଦୀ

କର୍ଣ୍ଣାଟକ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗାଲୁରୁରେ ସେଣ୍ଟର ଫର୍ ବ୍ରେନ ରିସର୍ଚ୍ଚ(ସିବିଆର)ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ ରାଷ୍ଟ୍ରକୁ ୧୫୦ ଟେକ୍ନୋଲୋଜୀ ହବ ସମର୍ପିତ କରିବା ସହ ୨୭ ହଜାର କୋଟି ଟଙ୍କାର ଅନେକ ରେଳ ଓ ସଡ଼କ ଭିତ୍ତିପ୍ରସ୍ତର ପରିଯୋଜନାର ଉଦଘାଟନ ଓ ଆଧାରଶିଳା ରଖିବେ ।

ପ୍ରଧାନମନ୍ତ୍ରୀ ମୋଦୀ ମେସୁରର ମହାରାଜା କଲେଜ ଗ୍ରାଉଣ୍ଡରେ ଏକ ସାର୍ବଜନିକ ସମାରୋହରେ ସାମିଲ ହେବେ । ସେଠାରେ ନାଗନହଲ୍ଲୀ ରେଳ ଷ୍ଟେସନରେ କୋଚିଂ ଟର୍ମିନାଲର ଆଧାରଶିଳା ରଖିବେ । ଏଥିସହିତ ଅଖିଳ ଭାରତୀୟ ବାକ୍ ଶ୍ରବଣ ସଂସ୍ଥା(ଏଆଇଆଇଏସଏଚ)ରେ ସଞ୍ଚାର ବିକାଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଉତ୍କୃଷ୍ଟତା କେନ୍ଦ୍ର ରାଷ୍ଟ୍ରକୁ ସମର୍ପିତ କରିବେ ।