ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଅଞ୍ଚଳରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ପାଟଣାଗଡ଼ କୃଷକ ସେନା ପକ୍ଷରୁ ଉପଜିଲ୍ଲାପାଳ ଅଫସି ଘେରାଉ କରାଯାଇଥିଲା । କୃଷକ ସେନାର ଜିଲ୍ଲା ସଭାପତି ସୌରୀ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଗଙ୍ଗାଧର ପାର୍କରୁ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ସରକାର ବିରୁଦ୍ଧରେ ନାରାବାଜି କରିବା ସହ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କୁ ୧୧ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀଗୁଡ଼ିକ ମଧ୍ୟରେ ବିଗତ ୨୦୧୧ ଖରିଫ ଫସଲ ବୀମା ରାଶି, ମରୁଡ଼ି ସହାୟତା ତୁରନ୍ତ ପ୍ରଦାନ, ଧାନ ବିହନ, ସାର କୀଟନାଶକ ଦ୍ରବ୍ୟର ଅହେତୁକ ବୃଦ୍ଧି ବନ୍ଦ, ଧାନର ଏମଏସପି ବୃଦ୍ଧି ସହ ଆଇନଗତ ମାନ୍ୟତା ପ୍ରଦାନ ଓ କୃଷି ଋଣ ଛାଡ଼ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ଏହି ସମୟରେ ସଚ୍ଚିନ ମହାପାତ୍ର, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ଦୈତାରୀ ପଟେଲ, ସୁରଶେ ପଣ୍ଡା, ବ୍ରଜଭୁଷଣ ସାଏ, ଗୋପବନ୍ଧୁ ସାହୁ, ରବି ସାହୁ ଓ ନବରତ୍ନ ସାହୁ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।