ସ୍ଥଳସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ସମଗ୍ର ଦେଶରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ ସ୍ଥଳସେନା ପକ୍ଷରୁ ନୂଆ ଭର୍ତ୍ତି ଲାଗି ବିସ୍ତୃତ ବିବରଣୀ ଜାରି କରି ଦିଆଯାଇଛି । ଏଥିଲାଗି ଜୁଲାଇରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଅଗ୍ନିବୀରଙ୍କୁ ୫ ଭିନ୍ନ ଭିନ୍ନ କ୍ୟାଟେଗରୀରେ ସ୍ଥଳସେନାରେ ଭର୍ତ୍ତି କରାଯିବ । ସେଗୁଡ଼ିକ ହେଲା ଜେନେରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମେନର ୨ଟି କ୍ୟାଟେଗରୀ ଗୋଟି ଟେକ୍ନିକାଲ ଓ ଅନ୍ୟଟି ସାମାନ୍ୟ ।