ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେନାରେ ଭର୍ତ୍ତି ଲାଗି କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବେରୋଜଗାର ଯୁବକଙ୍କ କଥା ଶୁଣିବା ସହ ତାଙ୍କ ସଂଯମତାର ଅଗ୍ନି ପରୀକ୍ଷା ନେବା ଉଚିତ ନୁହେଁ ବୋଲି ରାହୁଲ କହିଛନ୍ତି ।
ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ନା ରାଙ୍କ, ନା ପେନସନ, ୨ ବର୍ଷରେ ନା କୌଣସି ସିଧା ଭର୍ତ୍ତି, ନା ୪ ବର୍ଷ ପରେ ସ୍ଥିର ଭବିଷ୍ୟ, ନା ସରକାରଙ୍କ ସେନା ପ୍ରତି ସମ୍ମାନ । ଦେଶର ବେରୋଜଗାର ଯୁବକଙ୍କ କଥା ଶୁଣନ୍ତୁ । ଏମାନଙ୍କୁ ଅଗ୍ନିପଥରେ ଚଲାଇ ତାଙ୍କ ଧୌର୍ଯ୍ୟର ଅଗ୍ନି ପରୀକ୍ଷା ନିଅନ୍ତୁନି ମୋଦି ଜୀ ।