ବରଗାଁ ଛକରେ ସଡ଼କ ଦୁର୍ଘଟଣାରେ ୨ ଭାଇ ଗୁରୁତର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ବରଗାଁ ଛକରେ ସଡ଼କ ଦୁର୍ଘଟଣାରେ ୨ ଭାଇ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସର୍ଗିପାଲି ଗାଁର ମନୋରଞ୍ଜନ ପ୍ରଧାନ ଓ ବାଳକୃଷ୍ଣ ପ୍ରଧାନ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ମନୋରଞ୍ଜନ ଓ ବାଳକୃଷ୍ଣ କୌଣସି କାମ ପାଇଁ ଏହି ରାସ୍ତାଦେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଖବର ପାଇବା ପରେ ସଇଁନ୍ତଲା ଅଗ୍ନିଶମ ବାହିନୀ ବିଭାଗର କର୍ମଚାରୀମାନେ ୨ଜଣଙ୍କୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।