ସ୍କୁଲ ପିଲାଙ୍କ ଟିକାକରଣ ବଢ଼ାଯାଉ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

 ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି । ଗତ ୩ ଦିନ ହେବ ପ୍ରତିଦିନ କରୋନା ମାମଲା ୮ ହଜାରରୁ ଅଧିକ ସାମ୍ନାକୁ ଆସିଛି । ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ସ୍କୁଲ ଯାଉଥିବା ପିଲାଙ୍କ ଟିକାକରଣ ବଢ଼ାଇବା, ବୃଦ୍ଧଙ୍କ ପାଇଁ ବୁଷ୍ଟର ଡୋଜ୍ ଓ ଜିନମ ସିକ୍ୱେନ୍ସିଂ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, କରୋନା ବିପଦ ଏବେ ବି ଟଳି ନାହିଁ । ଯେଉଁ ରାଜ୍ୟରେ ସଂକ୍ରମଣ ହାର ବଢ଼ୁଛି ସେଠାରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ।