ବାଇକ ମୁହାଁମୁହିଁ, ୩ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ଭାଲିଆଡ଼ିହ-ଦେଓଝରଣ ରାସ୍ତାରେ ଆଜି ମଧ୍ୟାହ୍ନରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଭାଲିଆଡ଼ିହ ଗ୍ରାମର ଶିବ ପ୍ରସାଦ ବେହେରା ଓ ଶ୍ରବଣ କୁମୁରା ନିଜ ବାଇକ ଯୋଗେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦେଓଝରଣ ଅଭିମୁଖେ ଯାଉଥିବାବେଳେ ସାମ୍ନା ପଟୁ ଆସୁଥିବା ଗୋଳାବନ୍ଧ ଗ୍ରାମର ସୌଭାଗ୍ୟ ସାହୁଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ୨ଟି ବାଇକରେ ଥିବା ୩ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।