ବାରାଣସୀ,ଏଜେନ୍ସି: ବହୁଚର୍ଚ୍ଚିତ ବାରାଣସୀ ଲଗାତାର ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଅଦାଲତରେ ଆଜି ଫଇସଲା ଆସିବ। ଏହି ମାମଲାର ଅଭିଯୁକ୍ତ ଆତଙ୍କବାଦୀ ୱଲିଉଲ୍ଲାହ ଓରଫ ଟୁଣ୍ଡା ପୂର୍ବରୁ ଦେଷୀ ସାବ୍ୟସ୍ତ ହୋଇସାରିଛି। ୱିଲୀଉଲ୍ଲାହ ଓରଫ ଟୁଣ୍ଡା ଏବେ ଡାସନା ଜେଲରେ ଅଛି। ୱଲ୍ଲୀଉଲ୍ଲାହ ଓରଫ ଟୁଣ୍ଡା ବିରେଧରେ ୬ଟି ମାମଲା ଚାଲିଥିଲା, ଯେଉଁଥିରୁ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇଛି। ଆଜି ଗାଜିଅବାଦ କୋର୍ଟରେ ଆତଙ୍କବାଦୀ ୱଲୀଉଲ୍ଲାହକୁ ଦଣ୍ଡ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ୨୦୦୬ ମାର୍ଚ୍ଚ ୭ ତାରିଖରେ ବାରାଣସୀ ସଂକଟ ମୋଚନ ମନ୍ଦିର ଓ କ୍ୟାଣ୍ଟ ରେଳଷ୍ଟେିନରେ କ୍ରମାଗତ ଭାବେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୫ ଜଣ ଲୋକ ଆହତ ହୋଇଥିଲେ। ସେହିଦିନ ଦଶାଶ୍ୱମେଧ ଘାଟରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ପୋଲି ୨୦୦୬ ଏପ୍ରିଲ ୫ରେ ଏହି ମାମଲାରେ ଆହ୍ଲାବାଦର ଫୁଳପୁର ନିବାସୀ ୱଲୀଉଲ୍ଲାହକୁ ଲଖନଉର ଗୋସାଇଗଂଜ ଅଞ୍ଚଳରୁ ଗିରଫ କରିଥିଲା।