ମହାକାଶକୁ ନିଜର ୩ ମହାକାଶଚାରୀଙ୍କୁ ପଠାଇଲା ଚୀନ, କରୁଛି ‘ସ୍ପେସ୍ ଷ୍ଟେସନ୍‌’

ବେଜିଂ,ଏଜେନ୍ସି: ଚୀନ ନିଜର ‘ସ୍ପେସ୍ ଷ୍ଟେସନ୍‌’ ତିଆରି କରୁଛି, ଯାହାକି ଏହା ଅଧାରେ ରହିଛି। ରବିବାର ଚୀନ ନିଜର ୩ ଜଣ ମହାକାଶଚାରୀଙ୍କୁ ଏହି କାମ ପୂରା କରିବାକୁ ମହାକାଶକୁ ପଠାଇଛି। ସେଠାରେ ସେମାନେ ଏହି କାମ ପୂରା କରିବେ। ମହାକାଶରେ ଏହି ୩ ଜଣ ୬ ମାସ ପର୍ଯ୍ୟନ୍ତ ରହିବେ। କାରଣ ସ୍ପେସ ଷ୍ଟେସନ ଏବେ ଆଡଭାନ୍ସ ସ୍ତରରେ ପହଞ୍ଚି ଯାଇଛି।

ଶେନଝୋଉ-୧୪ ମହାକାଶ ଯାନକୁ ନେବା ପାଇଁ ଏକ ଲଙ୍ଗ ମାର୍ଚ୍ଚ-୨ ଏଫ୍ ରକେଟ ରବିବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୧୦ଟା ୪୪ରେ ଗାନ୍‌ସୁ ଉତ୍ତର-ପଶ୍ଚିମ ରାଜ୍ୟରେ ଜିଓକ୍ୱାନ ସାଟାଲାଇଟ ଲଞ୍ଚ ସେଣ୍ଟରୁ ବାହାରିଥିଲା। ଚୀନ ଭାଷାରେ ଡିଭାଇନ ଭେସଲ ଏହାକୁ କୁହାଯାଇଥାଏ।

ଏହି ମିଶନର କମାଣ୍ଡର ଚେନ୍ ଡୋଙ୍ଗ, ଯାହାଙ୍କର ସାଥୀରେ ଲିୟୁ ୟାଙ୍ଗ ଓ କ୍ୟାୟୀ ଜୁଜେ ମଧ୍ୟ ଅଛନ୍ତି। ଏହି ତିନି ଜଣ ୬ ମାସ ଯାଏଁ ମହାକାଶରେ ରହିବେ। ୪୩ ବର୍ଷୀୟ ଚେନ୍‌, ୨୦୧୬ରେ ଶେନଝୋଉ ୧୧ ମିଶନରେ ଯାଇଥିଲେ। ଏହା ତାଙ୍କର ୨ୟ ଯାତ୍ରା କିନ୍ତୁ କମାଣ୍ଡର ହିସାବରେ ୨ ପ୍ରଥମ ଗସ୍ତ।