ବିରାଗୁଡା ଗ୍ରାମରେ ବିଶ୍ୱ ପରିବେଶ ଦିବସ ଓ ଆଇନ ସଚେତନତରା ଶିବିର

ବାଲିଗୁଡା,ଏନ୍ଏନ୍ଏସ୍: ବାଲିଡାର ବ୍ଲକ ଅନ୍‌ର୍ଗତ ବୁଡ୍ରୁକିଆ ପଞ୍ଚାୟତର ବିରାଗୁଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିରାଗୁଡା ଠାରେ ତାଲୁକ ଆଇନ ସେବା ପ୍ରାଧିକରଣର ସୌଜନ୍ୟରେ ବିଶ୍ୱ ପରିବେଶ ଦିବସ ଓ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସବ ଜଜ୍‌ ଦୀପଙ୍କର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବୀନ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା, ସହକାରୀ ଶିକ୍ଷକ ଅଲେଖ ରଣା ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ପରିବେଶ ଦିବସର ତାତ୍ପର୍ଯ୍ୟ ଓ ପରିବେଷ ଏବଂ ଜଙ୍ଗଲ ପାଇଁ ଥିବା ବିଭିନ୍ନ ଆଇନ ସଚେତନତା ଉପରେ ଅବଗତ କରାଇଥିଲେ। ବନବାସୀ ସମିତିର କୋଡିନେଟର ରଞ୍ଜିତ କୁମାର ପଣ୍ଡା ସ୍ୱାଗତ ଓ ଧନ୍ୟବାଦ ଭାଷଣ ଦେଇଥିଲେ।ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।