Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
PPE କିଟ୍ ଦୁର୍ନୀତି ଅଭିଯୋଗ ଆଣିଲେ ସିସୋଦିଆ, ମାନହାନୀ ମକଦ୍ଦମା ଭୟ ଦେଖାଇଲେ ବିଶ୍ୱଶର୍ମା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

PPE କିଟ୍ ଦୁର୍ନୀତି ଅଭିଯୋଗ ଆଣିଲେ ସିସୋଦିଆ, ମାନହାନୀ ମକଦ୍ଦମା ଭୟ ଦେଖାଇଲେ ବିଶ୍ୱଶର୍ମା

ନୂଆଦିଲ୍ଲୀ,ଏଜେନ୍ସି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମରେ କୋଭିଡ କିଟ କିଣିବାରେ ଦୁର୍ନୀତି ଅଭିଯୋଗ ଆଣିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । କୋଭିଡ ମହାମାରୀ ସମୟରେ PPE କିଟ କିଣିବାରେ ମହାଦୁର୍ନୀତିରେ ସାମିଲ ଥିଲେ ବିଶ୍ବଶର୍ମା । କ୍ଷମତାର ଅପବ୍ୟବହାର କରି ସେ ତାଙ୍କ ପତ୍ନୀଙ୍କ ଦ୍ବାରା ପରିଚାଳିତ କମ୍ପାନୀ ଓ ପୁଅର ବିଜିନେସ ପାର୍ଟନରଙ୍କୁ କ୍ରୟର ଅର୍ଡର ପ୍ରଦାନ କରିଥିବା ସିସୋଦିଆ କହିଛନ୍ତି । କୋଭିଡ ସଂକ୍ରମଣ ଶିର୍ଷରେ ଥିବା ବେଳେ ସର୍ବାନନ୍ଦ ସୋନଓ୍ବାଲଙ୍କ ସରକାରରେ ବିଶ୍ବଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ଏହି ସମୟରେ ସେ ଏହି ଦୁର୍ନୀତି କରିଥିବା ସିସୋଦିଆ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ସିସୋଦିଆ କହିଛନ୍ତି, ତତ୍କାଳୀନ ସମୟରେ ସରକାର ଅନ୍ୟ କମ୍ପାନୀଙ୍କ ଠାରୁ ୬୦୦ ଟଙ୍କା ମୂଲ୍ୟରେ ପିପିଇ କିଟ କିଣୁଥିବା ବେଳେ ବିଶ୍ବଶର୍ମାଙ୍କ ପତ୍ନୀଙ୍କ କମ୍ପନୀରୁ ପ୍ରତି ପିପିଇ କିଟ ୯୯୦ ଟଙ୍କା ମୂଲ୍ୟରେ କିଣିବା ପାଇଁ ସରକାର ଅର୍ଡର ପ୍ରଦାନ କରିଥିଲେ । ସେହିପରି ବିଶ୍ବଶର୍ମା ନିଜ ପୁଅର ପାର୍ଟନର କମ୍ପାନୀକୁ ମଧ୍ୟ ଚଢା ଦରରେ କୋଭିଡ ପିପିଇ କିଟ କିଣିବା ପାଇଁ ଅର୍ଡର ପ୍ରଦାନ କରିଥିଲେ । ସରକାରୀ ଅର୍ଡର ପାଇବା ସତ୍ତ୍ବେ ତାଙ୍କ ପତ୍ନୀ ଓ ପୁତ୍ରଙ୍କ କମ୍ପାନୀ ସପ୍ଲାଇ ପୂରା କରିନଥିଲେ । ପୁନର୍ବାର ଅନ୍ୟ ଏକ କମ୍ପାନୀ ଠାରୁ ପୁଣି ନୂଆ ଅର୍ଡରରେ ସାମଗ୍ରୀ କିଣାଯାଇଥିବା ଅଭିଯୋଗ କରିଛନ୍ତି ସିସୋଦିଆ ।ତେବେ ସିସୋଦିଆଙ୍କ ଏପରି ବୟାନ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ହିମନ୍ତ ବିଶ୍ବଶର୍ମା ମଧ୍ୟ ସିସୋଦିଆଙ୍କ ଏପରି ସଙ୍ଗୀନ ଅଭିଯୋଗରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇବା ସହ ସେ ସିସୋଦିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ବିଶ୍ବଶର୍ମା କହିଛନ୍ତି, ଦେଶ ଗତ ଶତାବ୍ଦୀ ମଧ୍ୟରେ ସବୁଠୁ ଶକ୍ତିଶାଳୀ ମହାମାରୀକୁ ସାମ୍ନା କରିଛି । ମହାମାରୀ ମୁକାବିଲାରେ ଆସାମ ସରକାର ପାରଦର୍ଶିତାର ସହ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ସଂକ୍ରମଣ ଶୀର୍ଷ ସମୟରେ ଥିବାବେଳେ ତାଙ୍କ ପତ୍ନୀ ବିନା ମୂଲ୍ୟରେ ୧୫୦୦ PPE କିଟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଥିଲେ ବୋଲି ମଧ୍ୟ ବିଶ୍ବଶର୍ମା କହିଛନ୍ତି ।