ନବୀନଙ୍କ ସମ୍ଭାବ୍ୟ କ୍ୟାବିନେଟ୍‌ ଟିମ୍‌: ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ଜଣ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳର ନବୀକରଣ କରିବାକୁ ଯାଉଛନ୍ତି । ସେଥିରେ ୨୦ଜଣଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଏଥିରେ ୧୩ ଜଣ ହେଉଛନ୍ତି କ୍ୟାବିନେଟ ପାହ୍ୟାର ଓ ଅନ୍ୟ ୮ଜଣ ରାଷ୍ଟ୍ର ମନ୍ତ୍ରୀ ପାହ୍ୟାର । ଆସନ୍ତାକାଲି ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ରାଜ୍ୟପାଳ କରାଇବେ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୩ ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ…..

୧) ନିରଞ୍ଜନ ପୂଜାରୀ
୨) ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୩) ପ୍ରମିଳା ମଲ୍ଲିକ
୪)ଉଷା ଦେବୀ
୫) ପ୍ରଫୁଲ୍ଲ କୁମାର ମଲ୍ଲିକ
୬) ପ୍ରତାପ କେଶରୀ ଦେବ
୭) ଅତନୁ ସବ୍ୟସାଚୀ ନାୟକ
୮) ପ୍ରଦୀପ କୁମୁାର ଅମାଦ
୯) ନବ କିଶୋର ଦାସ
୧୦) ଅଶୋକ ଚନ୍ଦ୍ର ପଣ୍ଡା
୧୧) ଟୁକୁନୀ ସାହୁ
୧୨) ରଜେନ୍ଦ୍ର ଢ଼ୋଲକିଆ

୮ଜଣ ରାଷ୍ଟ୍ର ମନ୍ତ୍ରୀ ହେଲେ…..

୧) ସମୀର ରଞ୍ଜନ ଦାସ
୨) ଅଶ୍ୱିନୀ କୁମାର ପାତ୍ର
୩) ପ୍ରିତୀରଞ୍ଜନ ଘଡ଼ାଇ
୪) ଶ୍ରୀକାନ୍ତ ସାହୁ
୫)ତୁଷାରକାନ୍ତି ବେହେରା
୬) ରୋହିତ ପୁଜାରୀ
୭) ରୀତା ସାହୁ
୮) ବାସନ୍ତୀ ହେମ୍ବ୍ରମ