Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫ୍ରେଞ୍ଚ୍ ଓପନ୍‌: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ନାଡାଲ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫ୍ରେଞ୍ଚ୍ ଓପନ୍‌: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ନାଡାଲ୍

ପ୍ୟାରିସ୍‌,ଏଜେନ୍ସି: ଲାଲ୍ ମାଟିର ବାଦ୍‌ଶାହ କୁହାଯାଉଥିବା ସ୍ପେନ୍‌ର ଷ୍ଟାର୍ ଟେନିସ୍ ଖେଳାଳି ରାଫେଲ୍ ନାଡାଲ୍ ଫ୍ରେଞ୍ଚ୍ ଓପନ୍‌ରେ ନିଜର ଆଧିପତ୍ୟ କାଏମ୍ ରଖିଛନ୍ତି। ୧୩ ଥରର ଚାମ୍ପିଅନ୍ ନାଡାଲ୍ ବିଶ୍ୱର ଏକ ନମ୍ବର ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିଅନ୍ ସର୍ବିୟାର ନୋଭାକ୍ ଜୋକୋଭିଚ୍‌ଙ୍କୁ ହରାଇ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ସ୍ଲାମ୍ ଫ୍ରେଞ୍ଚ୍ ଓପନ୍‌ର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ୪ ଘଣ୍ଟା ୧୨ ମିନିଟ୍‌ର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ନାଡାଲ୍ ୬-୨, ୪-୬, ୬-୨, ୭-୬ (୭/୪)ରେ ବିଜୟୀ ହୋଇଛନ୍ତି। ଶୁକ୍ରବାର ନିଜର ୩୬ତମ ଜନ୍ମଦିନ ଅବସରରେ ନାଡାଲ୍ ତୃତୀୟ ସିଡ୍ ଜର୍ମାନୀର ଆଲେକ୍‌ଜାଣ୍ଡର୍ ଜ୍ୱେରେଭ୍‌ଙ୍କୁ ସେମିଫାଇନାଲ୍‌ରେ ଭେଟିବେ।

ଏହି ବିଜୟ ଫଳରେ ମୋଟ ୨୧ ଗ୍ରାଣ୍ଡ୍‌ସ୍ଲାମ୍ ଜିତିସାରିଥିବା ନାଡାଲ୍ ରେକର୍ଡ ୨୨ତମ ଗ୍ରାଣ୍ଡ୍‌ସ୍ଲାମ୍ ଏବଂ ୧୪ତମ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଆଡ଼କୁ ଅଗ୍ରସର ହୋଇଛନ୍ତି। ୧୯୬୮ରୁ ଆରମ୍ଭ ହୋଇଥିବା ଟେନିସ୍‌ର ଓପନ୍ ଏରାରେ ଗୋଟିଏ ଗ୍ରାଣ୍ଡ୍ ସ୍ଲାମ୍ ସିଙ୍ଗଲ୍ସ ଟାଇଟଲ୍ ୧୩ ଥର ଜିତିବାରେ ନାଡାଲ୍ ବିଶ୍ୱର ଏକମାତ୍ର ଖେଳାଳି।

ମଙ୍ଗଳବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ନାଡାଲ୍ ୬-୨ରେ ପ୍ରଥମ ସେଟ୍ ଜିତି ଭଲ ଆରମ୍ଭ କରିଥିଲେ। ମାତ୍ର ଦ୍ୱିତୀୟ ସେଟ୍‌ରେ ଲୟ ବଜାୟ ରଖିନପାରି ୪-୬ରେ ପରାଜିତ ହୋଇଥିଲେ। ଏହାପରେ ସ୍ପେନ୍ ଖେଳାଳି ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍ ଜିତିବା ସହ ମ୍ୟାଚ୍ ନିଜ ନାମରେ କରିନେଇଥିଲେ। ଟାଇବ୍ରେକର୍‌ରେ ପହଞ୍ଚିଥିବା ଏହି ମ୍ୟାଚ୍‌ରେ ନାଡାଲ୍ ଭାରୀ ପଡ଼ିଥିଲେ। ଏହି ମ୍ୟାଚ୍ ଜିତି ସେ ନିଜକୁ କାହିଁକି କ୍ଲେ କୋର୍ଟର କିଙ୍ଗ୍ କୁହାଯାଏ ତାହା ସାବ୍ୟସ୍ତ କରିଥିଲେ।

ଉଭୟଙ୍କ ମଧ୍ୟରେ ଏହା ୫୯ ତମ କ୍ୟାରିୟର୍ ମୁକାବିଲା ହୋଇଥିବା ବେଳେ ଜୋକୋଭିଚ୍‌ଙ୍କ ବିଜୟ ରେକର୍ଡ ୩୦-୨୯ ରହିଛି। ସେହିପରି ୨୦୦୫ରେ ପଦାର୍ପଣରେ ଟାଇଟଲ୍ ଜିତିଥିବା ନାଡାଲ୍ ବର୍ତ୍ତମାନ ସୁଦ୍ଧା ଫ୍ରେଞ୍ଚ୍ ଓପନ୍‌ରେ ୧୧୩ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଦୁଇଟି ମ୍ୟାଚ୍ ହାରିଛନ୍ତି।

ଅନ୍ୟପକ୍ଷରେ ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍ ଜିତି ନାଡାଲ୍‌ଙ୍କ ସମକକ୍ଷ ହେବା ସ୍ୱପ୍ନ ଜୋକୋଭିଚ୍‌ଙ୍କର ଚୂର୍‌ମାର ହୋଇଯାଇଛି। ଜୋକୋଭିଚ୍ ବର୍ତ୍ତମାନ ସୁଦ୍ଧା ୮ ଅଷ୍ଟ୍ରେଲିଆନ୍ ଓପନ୍‌, ୨ ଫ୍ରେଞ୍ଚ୍ ଓପନ୍‌, ୬ ୱିମ୍ବଲଡନ୍ ଏବଂ ୩ ୟୁଏସ୍ ଓପନ୍ ଟାଇଟଲ୍ ଜିତିସାରିଛନ୍ତି। ଚଳିତବର୍ଷ ଜାନୁଆରୀରେ କୋଭିଡ୍ ଭ୍ୟାକ୍ସିନ୍ ନେଇନଥିବା କାରଣରୁ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବାକୁ ଅନୁମତି ମିଳିନଥିଲା।
ସେହିପରି ଗତକାଲି ଅନୁଷ୍ଠିତ ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସର ଏକ ରୋମାଞ୍ଚକର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍ ଆଲ୍‌କାରାଜ୍‌ଙ୍କ ବିପକ୍ଷରେ ଆଲେକ୍‌ଜାଣ୍ଡର୍ ଜ୍ୱେରେଭ୍ ବିଜୟୀ ହୋଇଥିଲେ। ତୃତୀୟ ସିଡ୍ ଜ୍ୱେରେଭ୍ ପ୍ରଥମ ଦୁଇଟି ସେଟ୍ ୬-୪, ୬-୪ରେ ଜିତିଥିବା ବେଳେ ତୃତୀୟ ସେଟ୍ ୪-୬ରେ ହାରି ଯାଇଥିଲେ। ଫଳରେ ମ୍ୟାଚ୍ ଚତୁର୍ଥ ସେଟ୍‌କୁ ଯାଇଥିଲା ଏବଂ ୨୫ ବର୍ଷୀୟ ଜ୍ୱେରେଭ୍ ଏହାକୁ ୭-୬ (୯-୭)ରେ ନିଜ ନାମରେ କରିନେଇଥିଲେ।