ଜମ୍ମୁ-କଶ୍ମୀର,ଏନ୍ଏନ୍ଏସ୍: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଲଗାତାର ଭାବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ଆଜି କୁଲଗାମରେ ଗୋପାଲପୁରାରେ ଶିକ୍ଷକୟତ୍ରୀ ରଜନୀବାଲଙ୍କୁ ଗୁଳି ମାରିଛନ୍ତି । ରଜନୀବାଲାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ରଜନୀବାଲ ସାଁବା ନିବାସୀ ହୋଇଥିବାବେଳେ କୁଲାମର ଚବଲଗାମରେ ରହୁଥିଲେ । ଆଉ ଗୋପଲପୁରାରେ ଡ୍ୟୁଟି କରୁଥିଲେ । ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।