ସିମଲାରୁ ଚାଷୀଙ୍କ ଖାତାକୁ ୧୧ତମ କିସ୍ତି ପଠାଇଲେ ମୋଦୀ

ହିମାଚଳ ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ସିମଲାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୋଦୀ ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଚାଷୀଙ୍କ ଖାତାକୁ ୧୧ତମ କିସ୍ତି ପ୍ରଦାନ କରିଛନ୍ତି । ୧୦କୋଟି କୃଷକଙ୍କ ଖାତାକୁ ୨୧ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଫଳରେ ଯୋଜନାର ପ୍ରତ୍ୟେକ ଲାଭାର୍ଥୀ ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଟ୍ରାନ୍ସଫର ହୋଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଏବେ ଦେଶର କୋଟିଏ ଲୋକଙ୍କ ଖାତାକୁ ପିଏମ କିଷାନ ନିଧି ଯୋଜନା ଟଙ୍କା ଟ୍ରାନ୍ସଫର ହୋଇଗଲା । ିସିମଲା ମାଟିରେ ଆଜି ମୋତେ ୧୦ କୋଟିରୁ ଊର୍‌ଦ୍ଧ୍ୱ କୃଷକଙ୍କ ଖାତାକୁ ଟଙ୍କା ପଠାଇବାର ସୌଭାଗ୍ୟ ମିଳିଛି । ଆପଣ ଏତେ ମାତ୍ରାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ମୁଁ ଆଭାର ବ୍ୟକ୍ତ କରୁଛି ।