ଶ୍ରୀନଗର,ଏଜେନ୍ସି: ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ କ୍ରମାଗତ ଅପରେସନ ଜାରି ରଖିଛି ଭାରତୀୟ ସେନା। ଆଜି ଅପରାହ୍ନରେ ପୁଲଓ୍ବାମାର ଗୁଣ୍ଡିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ଓ ସ୍ଥାନୀୟ ପୁଲିସର ମିଳିତ ଟିମ।
ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ। ଚଳିତ ସପ୍ତାହରେ ସୁରକ୍ଷା ବଳ କ୍ରମାଗତ ଭାବେ ଆତଙ୍କୀ ବିରୋଧୀ ଅଭିଯାନ ଜାରି ରଖିଥିବା ବେଳେ ଗତକାଲି ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ।