ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଚାକିରି କରୁଥିବା ମହିଳାଙ୍କ ପାଇଁ ଏକ ବଡ଼ ଆଦେଶ ଜାରି କରିଛନ୍ତି । ଫଳରେ କୌଣସି ମହିଳା କର୍ମଚାରୀ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହିବେ ନାହିଁ । ବିଶେଷ ପରିସ୍ଥିତିରେ ଯଦି ମହିଳା କର୍ମଚାରୀଙ୍କୁ ରୋକାଯାଇଛି ତେବେ ସେଥିପାଇଁ ଲିଖିତ ଅନୁମତି ନେବାକୁ ପଡ଼ିବ । ଏଥିସହିତ ମହିଳାଙ୍କ ପାଇଁ କମ୍ପାନୀକୁ ନିଶୁଳ୍କରେ ଗାଡ଼ି ବ୍ୟବସ୍ଥା କରିବାକୁ ପଡ଼ିବ। ଯେଉଁ କମ୍ପାନୀରେ ମହିଳାମାନେ କାମ କରୁଛନ୍ତି ସେଠାରେ ସେମାନଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି ।
ଯୋଗୀ ସରକାରଙ୍କ ଏହି ପଦକ୍ଷେପ ପରେ ମହିଳାଙ୍କୁ ଆଉ ନାଇଟ ଡ୍ୟୁଟି କରିବାକୁ ପଡ଼ିବନି । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି ନିୟମ ସରକାରୀ ସମେତ ଘରୋଇ ସଂସ୍ଥାରେ ସମାନ ରୂପେ ଲାଗୁ ହେବ ।