ରେଡକ୍ରସ ସୋସାଇଟି ତରଫରୁ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଠାରେ ହାଇଜେନିକ୍ କିଟ୍ ବଣ୍ଟନ

ବଲାଙ୍ଗିର,ଏନ୍ଏନ୍ଏସ୍: ଭାରତୀୟ ରେଡକ୍ରସ୍‌ ସୋସାଇଟି ଓଡିଶା ରାଜ୍ୟ ଶାଖା ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ୍‌ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ୍‌ ସମ୍ପାଦିକା ରୀନା କୁମାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମ ପ୍ରଥମରେ ଅନ୍ତେବାସୀଙ୍କୁ ମାକ୍ସ ଓ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଛି। ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ନାଏକ ଅନ୍ତେବାସୀନୀଙ୍କୁ ପ୍ରଥମରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ।

ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ହାତ ଧୁଆର ୬ଟି ସୋପାନକୁ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ ସଂଯୋଜନା କରିଥିବା ବେଳେ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ କାଉନସିଲର ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ କର୍ମଚାରୀ ଶ୍ରୀନିବାସ ତ୍ରିପାଠି, ସ୍ୱାଧାର ଆଶ୍ରୟ କେନ୍ଦ୍ରର କର୍ମଚାରୀ ଟଙ୍କଧର ମହାକୁର, ରଶ୍ମିତା ସାହୁ, ଶିବାନି ପଧାନ, କମଳିନି ପଣ୍ଡା ପ୍ରମୁଖ ବିଶେଷ ସହଯୋଗ କରିଥିଲେ।