ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନଚିଟ୍ ଦିଆଯାଇଛି । ଏନସିବି ତରଫରୁ ଦାୟର ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନଙ୍କ ନାମ ସାମିଲ ନାହିଁ । କେବଳ ୧୪ ଲୋକଙ୍କ ବିରୋଧରେ ଅଭିଯୋଗ ପତ୍ର ଦାୟର ହୋଇଛି । ଆର୍ଯ୍ୟନଙ୍କ ସମେତ ୬ ଜଣଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।
ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ମୋଟ ୨୦ଜଣ ଅଭିଯୁକ୍ତ ରହିଛନ୍ତି । ସେଥିମଧ୍ୟରୁ ୧୮ଜଣଙ୍କୁ ଜାମିନ ମିଳିଯାଇଥିବାବେଳେ ଏବେ ବି ୨ଜଣ ଜେଲରେ ଅଛନ୍ତି । ମୋଟ ୬ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହେବ ବୋଲି ସୂଚନା ମିଳିଛି ।