ନୂଆଦିଲ୍ଲୀ,ଏଜେନ୍ସି: ପ୍ରତ୍ୟେକ ଜିନିଷର ଦରବୃଦ୍ଧିକୁ ସାମ୍ନା କରୁଥିବା ଜନସାଧାରଣ ଆଗାମୀ ଦିନରେ ଯାନବାହନ ବୀମା ଟଙ୍କା ଅଧିକ ପୈଠ କରିବେ। କେନ୍ଦ୍ର ସରକାର ସମସ୍ତ ଯାନବାହନର ଥାର୍ଡ ପାର୍ଟି ଗାଡ଼ିର ବୀମାର ପ୍ରୀମିୟର ବଢ଼ାଇବା ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ବୁଧବାର ଏସଂକ୍ରାନ୍ତରେ ବୁଧବାର ଆଦେଶ ଜାରି କରିଦେଇଛନ୍ତି। ସରକାରଙ୍କ ଏହି ଆଦେଶ ଆସନ୍ତା ଜନ୍ ୧ ତାରିଖଠାରୁ ଲାଗୁ ହେବ। ଏହି କାରଣରୁ ଦୁଇ ଚକିଆ ବାହନର ବୀମା ରାଶି ମହଙ୍ଗା ହୋଇପାରେ।
ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଶୋଧିତ ଦର ଅନୁସାରେ ୧ ହଜାର ସିସି କ୍ଷମତା ଇଂଜିନ ଥିବା ଘରୋଇ କାର ପାଇଁ ଥାର୍ଡପାର୍ଟି ବୀମା ପ୍ରୀମିୟର ଏବେ ୨୦୯୪ ଟଙ୍କା ହେବ। ବର୍ଷ ୨୦୧୯-୨୦ରେ ଏହି ପ୍ରୀମିୟର ୨୦୭୨ ଟଙ୍କା ଥିଲା। ସେହିପରି ୧୦୦୦ରୁ ୧୫୦୦ ସିସି ଇଂଜିନର ପ୍ରାଇଭେଟ କାର ପାଇଁ ପ୍ରୀମିୟର ପାଇଁ ଏହା ୩୨୨୧ରୁ ବଢ଼ି ୩୪୧୬ ଟଙ୍କା ହେବ। ମାତ୍ର ସରକାର ୧୫୦୦ରୁ ଅଧିକ ସିସି ପ୍ରାଇଭେଟ କାର ମାଲିକଙ୍କୁ ଥାର୍ଡ ପାର୍ଟି ବୀମାର ପ୍ରୀମିୟମ ନେଇ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ଏହି କ୍ଷମତାର କାରର ପ୍ରୀମିୟର ପୂର୍ବତୁଳନାରେ କମ କରିଦେଇଛନ୍ତି। ଏବେ ଏହି ପ୍ରିମିୟର ୭୮୯୭ରୁ ହ୍ରାସ କରି ୭୮୯୦ ଟଙ୍କା କରିଦେଇଛନ୍ତି।