କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଆର୍ଥିକ ଅବସ୍ଥା ବହୁତ ଖରାପ ସ୍ଥିତିରେ ପହଞ୍ଚିଛି। ରାନିଲ ବିକ୍ରମସିଂଘେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଭଲ ନାହିଁ। ଭାରତ ତରଫରୁ ଶ୍ରୀଲଙ୍କାକୁ ଲଗାତାର ଖାଦ୍ୟାନ୍ନ, ଔଷଧ, ଦୁଗ୍ଧ ଓ ପେଟ୍ରୋଲ-ଡିଜେଲ ପଠାଯାଉଛି।
ଭାରତ ତରଫରୁ ପଠାଯାଇଥିବା ସାମଗ୍ରୀ ରବିବାର ଶ୍ରୀଲଙ୍କାରେ ପହଞ୍ଚିଛି। ଏଥିରେ ଦୁଗ୍ଧ ପାଉଡର, ଚାଉଳ ଓ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ସାମିଲ ଅଛି। ଏଥି ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଟୁଇଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଶନିବାର ଟୁଇଟ୍ କରି ଲେଖିଛନ୍ତି ଯେ, ଶ୍ରୀଲଙ୍କାକୁ ଆଜି ଦୁଗ୍ଧ ପାଉଡର, ଚାଉଳ ଓ ଔଷଧ ସମେତ ୨ ବିଲିୟନ ଡଲାର ମୂଲ୍ୟର ମାନବୀୟ ସହାୟତା ମିଳିଛି। ଏଥିପାଇଁ ଭାରତର ଜନତା, ବିଶେଷ ଭାବେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ପ୍ରଶଂସା କରୁଛି।