କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ବର୍ଲିନ,ଏଜେନ୍ସି: କରୋନା ଭାଇରସ ସଂକ୍ରମଣ ଏବେ ପୂର୍ବାପେକ୍ଷା ହ୍ରାସ ପାଇଛି। କିନ୍ତୁ ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ରବିବାର ଚେତାବନୀ ଦେଇଛନ୍ତି ଯେ, ସଂକ୍ରମଣ ଏବେ ବି ପୂରା ଶେଷ ହୋଇନାହିଁ। ସେ କହିଛନ୍ତି ଏବେବି ସତର୍କତାର ସହିତ ଜଇଁବା ଦରକାର ଅଛି। ଜେନିଭାରେ ସଂଗଠନର ବାର୍ଷିକ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡ୍ରୋସ ଅଦାନେମ କହିଛନ୍ତି ଯେ, ନମୁନାର ଯାଞ୍ଚ ଓ ଜୀନୋମ ସିକ୍ୱେନ୍ସିଂ କମ ଅର୍ଥ ଆମେ ଭାଇରସକୁ ଅଣଦେଖା କରୁଛେ। ସେ କହିଛନ୍ତି କମ ରୋଜଗାର ସଂପନ୍ନ ଦେଶରେ ଏପର୍ଯ୍ୟନ୍ତ କରୋନା ଟିକା ସମସ୍ତଙ୍କୁ ଦିଆଯାଇ ପାରି ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ, ସଂକ୍ରମଣର ନୂଆ ମାମଲା ମାର୍ଚ୍ଚ ପରଠାରୁ କମ ହୋଇଛି। ବିଶ୍ୱରେ ୬୦ ପ୍ରତିଶତ ଲୋକ କରୋନା ଟିକା ନେଇଛନ୍ତି। ଏହା ପରେ ବି ମହାମାରୀ ସବୁ ସ୍ଥାନରେ ଶେଷ ହୋଇନାହିଁ। ତେଣୁ କରୋନା ସଂକ୍ରମଣ ଏବେବି ବଢ଼ିବାର ଆଶଙ୍କା ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ସମ୍ମାନିତ କରିଛି। ଆଶା ସ୍ୱୟଂସେବକଙ୍କୁ ଏହି ସମ୍ମାନ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଓ ଦେଶରେ କରୋନା ଭାଇରସ ବିରୋଧରେ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏହି ସମ୍ମାନିତ କରାଯାଇଛି। ଭାରତରେ କରୋନା ମହାମାରୀ ଯେତେବେଳେ ପିକ ସ୍ତରରେ ଥିଲା, ସେହି ସମୟରେ ଆଶାକର୍ମୀମାନେ ଘରକୁ ଘର ଯାଇ ରୋଗୀଙ୍କୁ ଚିହ୍ନଟ କରୁଥିଲେ। ଏହା ଚର୍ଚ୍ଚାର ପରିସରକୁ ଆସିଥିଲା।