ନୂଆଦିଲ୍ଲୀ,ଏଜେନ୍ସି: ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ସମ୍ମାନିତ କରିଛି। କରୋନା କାଳରେ ଆଶା ସ୍ୱୟଂସେବକମାନେ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇଥିଲେ। ସେହିପରି ଦେଶରେ କରୋନା ଭାଇରସ ବିରୋଧରେ ଅଭିଯାନରେ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତରେ କରୋନା ମହାମାରୀ ଯେତେବେଳେ ପିକ ସ୍ତରରେ ଥିଲା, ଲୋକେ ଅନ୍ୟମାନଙ୍କ ପାଖକୁ ଯିବାକୁ ଭୟ କରୁଥିଲେ। ସେହିଭଳି ଏକ ସଂକଟ ସମୟରେ ଆଶାକର୍ମୀମାନେ ଭୟ ନ କରି ଅନ୍ୟରଘରକୁ ଘର ଯାଇ ରୋଗୀଙ୍କୁ ଚିହ୍ନଟ କରୁଥିଲେ। ଏହା ଚର୍ଚ୍ଚାର ପରିସରକୁ ଆସିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସମ୍ମାନିତ ସମସ୍ତ ଆଶା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୋଦୀ କହିଛନ୍ତି ଯେ, ସୁସ୍ଥ ଭାରତ ଗଠନରେ ଆଶାକର୍ମୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଯୋଗଦାନ ଅମୂଲ୍ୟ।