କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆଜି ସଂନ୍ଧ୍ୟାରେ ଜାପାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବ ସମ୍ବୋଧନ ସାମ୍ନାକୁ ଆସିଛି। ଏହି ସମ୍ମିଳନୀ ଅଂଶଗ୍ରହଣକାରୀ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପାଇଁ ପାରସ୍ପରିକ ସମ୍ପର୍କ ଓ ମିଳିତ ସ୍ବାର୍ଥ ନେଇ ଆଲୋଚନା କରିବାର ଏକ ଅବସର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ ଆଜି ସନ୍ଧ୍ୟାରେ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। କ୍ବାଡ ସମ୍ମିଳନୀ ସଦସ୍ୟ ଦେଶମାନଙ୍କ ପାରସ୍ପରିକ ସମ୍ପର୍କକୁ ସୁଦୃଢ କରିବା ସହ ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବା ପାଇଁ ଏହା ଏକ ଅବସର ପ୍ରଦାନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହ ପର୍ଯ୍ୟାୟକ୍ରମେ ଦ୍ବିପାକ୍ଷୀକ ଆଲୋଚନା କରିବେ। ୩ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାରସ୍ପରିକ ଦ୍ବିପାକ୍ଷୀକ ପ୍ରସଙ୍ଗ ସହ ବିଶ୍ବର ସାମ୍ପ୍ରତିକ ସ୍ଥିତି ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି।