ମନ୍ଦିରରୁ ଚୋରି ରୋକିବାକୁ ବିଜେପି ତରଫରୁ ଥାନା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାଟଣାଗଡ଼/ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମନ୍ଦିରମାନଙ୍କରୁ କିଛିଦିନ ହେବ ଚୋରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ କରି ଚୋରକୁ ଧରିବାରେ ପୁଲିସ ବିଫଳ ହେଉଛି । ମିଳିଥିବା ରିପୋର୍ଟ ମୁତାବକ, କିଛିଦିନ ତଳେ ଲାଠୋର ଗାଁ ଶିବ ମନ୍ଦିରରୁ ଚୋରି ହୋଇଥିଲା । ସେହିପରି ଗତ ୧୪ ତାରିଖରେ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁ ଜଗନ୍ନାଥ ମନ୍ଦିରରୁ ମଧ୍ୟ ଧାତୁ ମୂର୍ତ୍ତି ସହ ଅନ୍ୟାନ୍ୟ ଜିନିଷପତ୍ର ଚୋରି ହୋଇଥିଲା । ସେଥିପାଇଁ ତୁରନ୍ତ ଚୋରକୁ ଗିରଫ କରିବାକୁ ବଲାଙ୍ଗୀର ଆରକ୍ଷୀ ଅଧକ୍ଷକଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ବିଜେପି ତରଫରୁ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ସତ୍ୟାନନ୍ଦ ସେନ୍ଦ୍ରିଆ, ହରିବୋଲ ପୋଡ଼, ଶିବା ସୁନା, ନେତ୍ରା ନନ୍ଦ ବାରିହା, ବିପ୍ର ବିଶି, ସିର ନାଗ ଓ ବୁଲୁ ବେହେରା ପ୍ରମୁଖ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।