Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ତେଲ ଓ ପରିବା ମୂଲ୍ୟ ପଛରେ ପଡିଲା ପାଇକାରୀ ମୁଦ୍ରାସ୍ଫୀତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ତେଲ ଓ ପରିବା ମୂଲ୍ୟ ପଛରେ ପଡିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,ଏଜେନ୍ସି: ପାଇକାରୀ ମୁଦ୍ରାସ୍ଫୀତିକୁ ପଛରେ ପକାଇଛି ପରିବା ଓ ତେଲର ମୂଲ୍ୟ । ସମଗ୍ର ଦେଶରେ ମୁଦ୍ରାସ୍ଫୀତି ବଢି ଚାଲିଥିବା ବେଳେ ସାଧାରଣ ଲୋକ ଏହା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୧୭ ବର୍ଷର ରେକର୍ଡକୁ ଏହା ଭାଙ୍ଗିଥିଲା ପାଇକାରୀ(ହୋଲସେଲ୍‌) ମୁଦ୍ରାସ୍ଫୀତି । ୧୫.୦୮ ପ୍ରତିଶତକୁ ପହଞ୍ଚିବା ସହିତ ସମସ୍ତ ରେକର୍ଡ ଭାଙ୍ଗିଥିଲା । ତେବେ ଶୁକ୍ରବାର ପ୍ରକାଶିତ ଅନ୍ୟ ଏକ ରିପୋର୍ଟ ଅନୁସାରେ ପାଇକାରୀ ମୁଦ୍ରାସ୍ଫିତୀକୁ ପଛରେ ପକାଇଛି ତେଲ ଓ ପନିପରିବା ଦର । ଏପ୍ରିଲ ମାସରେ କିରୋସିନି ତେଲ, ତରଳ ଆମୋନିଆ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ ଏବଂ ପନିପରିବାର ଦର ଆକାଶ ଛୁଇଁଥିଲା ।

ବିଗତ ବର୍ଷର ଏପ୍ରିଲ ମାସ ତୁଳନାରେ କିରୋସିନି ସବୁଠୁ ଅଧିକ ମହଙ୍ଗା ହୋଇଛି । ବର୍ଷକର ବ୍ୟବଧାନ ମଧ୍ୟରେ କିରୋସିନି ମୂଲ୍ୟ ୧୧୮.୨ ପ୍ରତିଶତରେ ପହଞ୍ଚିବା ସହିତ ୩ ଅଙ୍କ ସ୍ପର୍ଶ କରିଛି । ମହଙ୍ଗା ହୋଇଥିବା ଅନ୍ୟ ଜିନିଷ ମଧ୍ୟରେ ରହିଛି କୋବି ଓ କଲରା । ବନ୍ଧା କୋବିର ମୂଲ୍ୟ ୮୮.୩% ବୃଦ୍ଧି ପାଇଥିବା ବେଳେ କଲରାର ମୂଲ୍ୟ ୭୫.୪% ବୃଦ୍ଧି ପାଇଛି । ସମୁଦାୟ ୬୯୭ଟି ଉତ୍ପାଦକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ମଧ୍ୟରୁ ୫୬୪ଟି ସାମଗ୍ରୀର ଦର ବଢିଛି । ଏହି କାରଣରୁ ମୁଦ୍ରାସ୍ଫୀତି ୭.୭୍ୟ ଛୁଇଁବା ସହିତ ୮ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଛି ।

ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବଢିଛି । ଏପ୍ରିଲ ମାସରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତିି ହାର ୮.୩୫ ପ୍ରତିଶତ ଥିଲା । ରୁଷ୍ ୟୁକ୍ରେନ୍ ଯୁଦ୍ଧ କ।।ରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ୬୯.୦୭% ଅଧିକ ରହିଥିଲା । ଇନ୍ଧନ ଓ ବିଦ୍ୟୁତ ଦର ୩୮.୬୬ ପ୍ରତିଶତ ବୃଦ୍ଧି ପାଇଥିଲା । ମାର୍ଚ୍ଚ ୨୦୨୨ରେ ୩୪.୫୨% ଥିବା ଦେଖା ଯାଇଛି । ସେହିପରି ଉତ୍ପାଦନ କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ଏପ୍ରିଲରେ ୧୦.୮୫% ଥିବା ବେଳେ ମାର୍ଚ୍ଚ ମାସରେ ୧୦.୭୧% ଥିଲା । ପନିପରିବା, ଫଳ, ଗହମ ଓ ଆଳୁ ଦର ଏପ୍ରିଲରେ ବାର୍ଷିକ ଆଧାରରେ ବଢିବା ଯୋଗୁ ଖାଦ୍ୟପଦାର୍ଥ ମୂଦ୍ରାସ୍ପିତି ୮.୩୫ ପ୍ରତିଶତକୁ ଛୁଇଁଥିଲା । ଏହା ସହିତ ଖୁଚୁରା ମୁଦ୍ରାସ୍ଫୀତିରେ ଏଭଳି ବୃଦ୍ଧି କ୍ଷୁଦ୍ର ଶିଳ୍ପ ଗୁଡିକ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।