ନୂଆଦିଲ୍ଲୀ: ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ୟାସିନ ମଲ୍ଲିକକୁ ଆତଙ୍କବାଦୀ ପଣ୍ଡିଂ ମାମଲାରେ ଏନଆଇଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି । ୟାସିନର ସଜାକୁ ନେଇ ମେ’ ୨୫ରେ ନିଷ୍ପତ୍ତି ନିଆଯିବ । ସେପର୍ଯ୍ୟନ୍ତ ୟାସିନର ଆର୍ଥିକ ସ୍ଥିତି ସମ୍ପର୍କରେ ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସମ୍ପତ୍ତି ସମ୍ବନ୍ଧରେ ଏଫିଡେବିଟ ଦେବାକୁ ୟାସିନକୁ ମଧ୍ୟ କୁହାଯାଇଛି ।
ଶୁଣୀଣୀର ଶେଷ ତାରିଖରେ ଧାରା ୧୬, ୧୭, ୧୮ ଓ ୨୦ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି ଓ ୧୨୪-ଏ ଅନ୍ତର୍ଗତ ନିଜ ଉପରେ ଲାଗିଥିବା ଆରୋପକୁ ଚ୍ୟାଲେଞ୍ଜ କରିବେ ନାହିଁ ବୋଲି ୟାସିନ ମଲ୍ଲିକ ଅଦାଲତଙ୍କୁ କହିଛନ୍ତି ।
ସୂଚନାଯୋଗ୍ୟ, ୟାସିନ ମଲ୍ଲିକଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚିବା, ଦେଶ ବିରୁଦ୍ଧରେ ଯୁଦ୍ଧ କରିବା, ଅନ୍ୟ ବେଆଇନ ଗତିବିଧି ଓ କଶ୍ମୀରର ଶାନ୍ତି ଭଙ୍ଗ କରିବା ନେଇ ଆରୋପ ଲାଗିଛି ।