ନୂଆଦିଲ୍ଲୀ: ୩୪ ବର୍ଷ ପୁରୁଣା ଗାଡ଼ି ପାର୍କିଂ ମାମଲାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । କୋର୍ଟ ସୁଦ୍ଧୁଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ବେଞ୍ଚ ଏହି ଫଇସଲା ନେଇଛନ୍ତି ।
ସୂଚନାଯୋଗ୍ୟ, ଉକ୍ତ ଘଟଣାଟି ୧୯୮୮ ମସିହାରେ ଘଟିଥିଲା । ପଟିୟାଲାରେ ପାର୍କିଂକୁ ନେଇ ବଚସା ହେବାରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ଗୁରନାମ ସିଂହଙ୍କ ମୁଣ୍ଡକୁ ନବଜୋତ ସିଂହ ସିଦ୍ଧୁ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।