ନୂଆଦିଲ୍ଲୀ,ଏଜେନ୍ସି: ଆସାମ ଓ ଅରୁଣାଚଳ ପ୍ରଦେଶ ସମେତ ପୂରା ପୂର୍ବୋତ୍ତର ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ପ୍ରବଳ ବର୍ଷା କାରଣରୁ ଭିନ୍ନ ଭିନ୍ନ ସ୍ଥନାରେ ଭୂସ୍ଖଳନ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଲୋହିତ ଜିଲ୍ଲାରେ ତେଜୁ ଅଞ୍ଚଳରେ ବନ୍ୟା ଆସିଛି। ଲୋହିତ ନଦୀର ଜଳ ଫୁଲୁଥିବା ବେଳେ ବନ୍ୟା ପରିସ୍ଥିତି ଜଟିଳ ହେବାର ଆଶଙ୍କା ଦେଖାଯାଉଛି।
ପୂର୍ବୋତ୍ତର ରାଜ୍ୟରେ କ୍ରମାଗତ ଭାବେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ଷା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିପାରେ। ଏଥି ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ମଧ୍ୟ ଜାରି କରିଛି। ରବିବାର ରାତିରେ ଇଟାନଗରର ଯୋଗୋମସୋ କଲୋନୀରେ ଭୂସ୍ଖଳନ ନେଇ ସୂଚନା ମିଳିଥିଲା। କୁହାଯାଇଥିଲା ଯେ, ଗୋଟିଏ ପରିବାରର ୩ ଜଣ ସଦସ୍ୟ ଚାପି ହୋଇଯାଇଛନ୍ତି। ଏସ୍ଡିଆରଏଫ, ଏନଡିଆରଏଫ ଓ ଅରୁଣାଚଳ ପ୍ରଦେଶ ପୋଲିସର ଯୁଗ୍ମ ଟିମ୍ ଜେସିବି ମାଧ୍ୟମରେ ଉଦ୍ଧାର କରିଥିଲା।