ବାଲେଶ୍ବର,ଏନ୍ଏନ୍ଏସ୍: ସଜା ସରିଛି ବାହାବେଦୀ, ବେଦୀରେ ବସିଛନ୍ତି ବର-କନିଆ। ହାତଗଣ୍ଠି ମଧ୍ୟ ପଡି ସାରିଥିଲା। ହେଲେ ବର କନିଆଙ୍କୁ ସିନ୍ଦୂର ପିନ୍ଧାଇବା ପୂର୍ବରୁ ବାହା ହେବାକୁ ମନା କରିଦେଲେ କନିଆ। କେବଳ ମନାକରି ନାହାନ୍ତି ହାତରୁ ଶଙ୍ଖା ଏବଂ ଚୁଡି ମଧ୍ୟ ଓହ୍ଲାଇ ପକାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଅନ୍ୟପଟେ ଏସବୁ ଦୃଶ୍ୟ ଦେଖି ବେଦୀରେ ବେହୋସ ହୋଇଯାଇଛନ୍ତି ବର।
ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ରେମୁ ଗାଁରେ। ଖବର ଅନୁଯାୟୀ, ଘଟଣାଟି ୪ରୁ ୫ ଦିନ ତଳର। ଜୈନିକ କନିଆଙ୍କ ବିବାହ ଚାଲିଥିଲା। ମାତ୍ର ମୋର ସ୍ବାମୀ ଅଛି ମୁଁ ବିବାହ କରିବି ନାହିଁ କହି ବେଦୀରେ ଶଙ୍ଖା ଏବଂ ଚୁଡି ବାହାର କରିଦେଇଛନ୍ତି କନିଆ। ଏହାକୁ ନେଇ କନିଆଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି।