ବଲାଙ୍ଗିର,ଏନ୍ଏନ୍ଏସ୍: ଡ. ସୁଧୀର ପରିଚ୍ଛା ଥିଲେ ଏକ ମହାନ ଚାଷୀନେତା। କେବଳ ଆମ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟର କୃଷକଙ୍କର ସ୍ୱାର୍ଥ ପାଇଁ ସେ ଲଢୁଥିଲେ। ତାଙ୍କ ଭଳିଆ ଅଦମ୍ୟ ସାହାସୀ ଚାଷୀ ନେତା ବହୁତ କମ ଦେଖାଯାଆନ୍ତି। ଅତୀତରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ କରି ସେ ହସି ହସି ଜେଲ ଯାଇଥିଲେ। ଆଜି ତାଙ୍କର ମୃତ୍ୟୁର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ତାଙ୍କର ଏହି ଶ୍ରାଦ୍ଧବାର୍ଷିକୀ ତାଙ୍କର ପୁର୍ଣ୍ଣାବୟବ ମୂର୍ତ୍ତି ଅନାବରଣ କଲାବେଳେ ତାଙ୍କର ନେତୃତ୍ୱରେ ହୋଇଥିବା ପତ୍ୟେକଟି ଚାଷୀ ଆନ୍ଦୋଳନ ମନେ ପଡିଯାଉଛି। ତାଙ୍କର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଯଦି ଆମେ ଅଞ୍ଚଳର କୃଷକମାନଙ୍କ ପାଇଁ ଲଢେଇ ଜାରି ରଖି ପାରିବା ତେବେ ତାହା ହିଁ ହେବ ଡ. ପରିଚ୍ଛାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବିଡିଘାଟ ପଞ୍ଚାୟତ ସ୍ଥିତ ଜନକପୁର ଠାରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କୁ କହିଛନ୍ତି।
