ନୂଆଦିଲ୍ଲୀ: ଔଷଧ ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ କରୋନା ଭ୍ୟାକ୍ସିନ କୋର୍ବୋଭେକ୍ସର ଦର କମାଇଛି । ଘରୋଇ ସେଣ୍ଟରରେ କୋର୍ବୋଭେକ୍ସ ଦର ୮୪୦କୁ କମାଇ ୨୫୦ ଟଙ୍କା କରି ଦିଆଯାଇଛି । ଏଥିରେ ଜିଏସଟି ମଧ୍ୟ ସାମିଲ ରହିଛି । ଏହି କ୍ରମରେ ଜୀଏସଟି ଟ୍ୟାକ୍ସ ଓ ଟିକା ଲଗାଇବାର ଶୁଳ୍କ ସହ ପ୍ରତି ଡୋଜ୍ ପାଇଁ ଉପଭୋକ୍ତାଙ୍କୁ ୪୦୦ ଟଙ୍କା ଦେବାକୁ ପଡ଼ିବ ।
ସୂଚନାଯୋଗ୍ୟ, ୧୨ରୁ ୧୪ ବର୍ଷ ପିଲାଙ୍କୁ କୋର୍ବୋଭେକ୍ସ ଭ୍ୟାକ୍ସିନ ଦିଆଯାଉଛି । ଅନ୍ୟପଟେ ସରକାରୀ ହସ୍ପିଟାଲରେ ଏହି ଟିକାକୁ ଲଗାଇବା ପାଇଁ ୧୪୫ ଟଙ୍କା ଦେବାକୁ ପଡ଼ୁଥିଲା ।