Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

ଭବାନୀପାଟଣା,ଏନ୍ଏନ୍ଏସ୍: କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ ସାଧନା ପୀଠ। ଏ ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ଔପନ୍ୟାସିକ ସୋମେଶ୍ୱର, ବେହେରା, ପର୍ଶୁରାମ ମୁଣ୍ଡ, ଭୁବନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାହସ ବିହାରୀ ବେହେରା, ଯଶୋଧରା ମିଶ୍ର, ଅଖିଳ ନାଏକ, ବିଜୟ ପ୍ରଧାନ, ଡ଼ ସୁନୀତି ମୁଣ୍ଡଙ୍କ ଦ୍ଵାରା ରଚିତ ଉପନ୍ୟାସ ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିବା ସହ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ଏବେ କଳାହାଣ୍ଡିରେ ଅନେକ ଯୁବ ଲେଖକ ସାହିତ୍ୟ ସାଧନାରେ ବ୍ରତୀ ଅଛନ୍ତି। ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ ବୋଲି ଆଜି ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ବୈଶାଖୀ ସୃଜନୀ ସାରସ୍ଵତ ସମାରୋହରେ ଅତିଥି ଓ ଆଲୋଚକ ମାନେ ମତପ୍ରକାଶ କରିଛନ୍ତି।

ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଶୀର୍ଷକ ଆଲୋଚନା ଚକ୍ରରେ ଔପନ୍ୟାସିକ ରାହସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ସାହିତ୍ୟ ଏକାଡେମୀ ସଦସ୍ୟା ଡ. ସୁନୀତି ମୁଣ୍ଡ, ସଦସ୍ୟା ଡ. ଜ୍ୟୋତିର୍ମୟୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ରିଶିଡା ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଡ. ଦାଶରଥୀ ଆଚାର୍ଯ୍ୟ ଓ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଆଲୋଚକ ଭାବରେ ଯୋଗଦେଇ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଦ୍ଵିତୀୟ ଅଧିବେଶନରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା।

ଏଥିରେ ଗାଳ୍ପିକ ନାରାୟଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଓ ସଦସ୍ୟା ଡ଼ ସୁନୀତି ମୁଣ୍ଡ ବିଶିଷ୍ଠ ଅତିଥି ଭାବରେ ଯୋଗଦେଇଥିଲେ। ଡ. ତପନ କୁମାର ରଥ, ସ୍ନେହଲତା ଷଡ଼ଙ୍ଗୀ ଓ ସ୍ଵର୍ଣକାନ୍ତି ବୈକାର କବିତା ପାଠୋତ୍ସବର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ୧୩ଟି ବ୍ଲକରୁ ୫୦ ଜଣ ନିମନ୍ତ୍ରିତ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ।