ନୂଆଦିଲ୍ଲୀ: ଶେଖ ମୋହମ୍ମଦ ବିନ ଜାୟଦ ସଂଯୁକ୍ତ ଅରବ ଅମୀରାତ(ୟୁଏଇ)ର ଆଗାମୀ ରାଷ୍ଟ୍ରପତି ହେବେ । ଗତକାଲି ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରାଷ୍ଟ୍ରପତି ପଦ ଖାଲି ଥିଲା ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ବିୟୋଗରେ ଆଜି ଭାରତରେ ଦିନିକିଆ ଶୋକ ପାଳନ କରାଯାଉଛି । ଶେଖ ଖଲିଫା ୨୦୦୪ ନଭେମ୍ବରରୁ ୟୁଏଇ ରାଷ୍ଟ୍ରପତି ଓ ଆବୁ ଧାବୀର ଶାସକ ରୂପେ ସେବା ପ୍ରଦାନ କରୁଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।