ତ୍ରିପୁରା: ତ୍ରିପୁରା ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାରେ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବଙ୍କୁ ହଟାଇବାର ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ବିପ୍ଳବ ଦେବ ମଧ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ବିପ୍ଳବ ଦେବଙ୍କ ସ୍ଥାନରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ । ଏହାପୂର୍ବରୁ ବିଳ୍ପବ ଦେବ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ, ସଂଧ୍ୟା ୫ଟାରେ ବିଜେପି ବିଧାୟକ ଦଳର ବୈଠକ ଡକାଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ପାର୍ଟି ଜେନେରାଲ ସେକ ବିନୋଦ ତାବଡେଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଉଭୟ ଅଗରତାଲା ପହଞ୍ଚି ସାରିଲେଣି । ଉକ୍ତ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ଜଣାପଡ଼ିଛି ।