Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଥୋମାସ୍ ଓ ଉବେର୍ କପ୍‌: ମହିଳା ଟିମ୍ ବିଦା, ପ୍ରଥମ ପଦକ ନିଶ୍ଚିତ କଲା ପୁରୁଷ ଟିମ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଥୋମାସ୍ ଓ ଉବେର୍ କପ୍‌: ମହିଳା ଟିମ୍ ବିଦା, ପ୍ରଥମ ପଦକ ନିଶ୍ଚିତ କଲା ପୁରୁଷ ଟିମ୍‌

ବ୍ୟାଙ୍କକ୍‌,ଏଜେନ୍ସି: ଚଳିତ ଥୋମାସ୍ ଓ ଉବେର୍ କପ୍‌ରେ ଭାରତୀୟ ପୁରୁଷ ଦଳ ଐତିହାସିକ ସଫଳତା ଅର୍ଜନ କରିଛି । ଦଳ ମାଲେସିଆକୁ କ୍ୱାର୍ଟର୍ ଫାଇନାଲ୍‌ରେ ୩-୨ରେ ହରାଇ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ରେ ପ୍ରବେଶ କରିବାରେ ସକ୍ଷମ ହେବା ସହ ପ୍ରଥମ ପଦକ ନିଶ୍ଚିତ କରିଛି । ଚତୁର୍ଥ ମ୍ୟାଚ୍ ଶେଷ ସୁଦ୍ଧା ଦୁଇ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିବା ଫଳରେ ଶେଷ ମୁକାବିଲାଟି ନିର୍ଣ୍ଣାୟକ ହୋଇଥିଲା । ଉକ୍ତ ମୁକାବିଲାଟିରେ ଜବରଦସ୍ତ ପ୍ରଦର୍ଶନ କରି ଭାରତର ପ୍ରମୁଖ ସିଙ୍ଗଲ୍ସ ଖେଳାଳି ଏଚ୍‌ଏସ୍ ପ୍ରଣୟ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଥିଲେ । କିନ୍ତୁ ମହିଳା ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ଥାଇଲାଣ୍ଡ୍ ନିକଟରେ ଆତ୍ମସମର୍ପଣ କରି ୦-୩ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି । ଏଥିସହ ପୂର୍ବରୁ ଦଳ ୨୦୧୪ ଓ ୨୦୧୬ରେ ବ୍ରୋଞ୍ଜ୍ ପଦକ ଜିତିଥିଲେ ହେଁ ଗତ ଦୁଇଟି ସଂସ୍କରଣରେ ସେମିଫାଇନାଲ୍‌ରେ ପହଞ୍ଚିବାରେ ସକ୍ଷମ ହୋଇପାରିନାହିଁ ।

ପୂର୍ବରୁ ୩ ଥର ପୁରୁଷ ଦଳ ସେମିଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ଆଗକୁ ଯାଇପାରି ନ ଥିଲା । ତା’ଛଡ଼ା ସେତେବେଳେ କେବଳ ଫାଇନାଲ୍ ଖେଳୁଥିବା ଦୁଇ ଖେଳାଳିଙ୍କୁ ପଦକ ମିଳିବାର ବ୍ୟବସ୍ଥା ଥିଲା । ତେଣୁ ଏଥର ପୁରୁଷ ଦଳ ଏହି ପ୍ରତିଯୋଗିତାରେ ଅତି କମ୍‌ରେ ବ୍ରୋଞ୍ଜ୍ ପଦକ ନିଶ୍ଚିତ କରିଛି ।
ଭାରତୀୟ ପୁରୁଷ ଦଳ ପରାଜୟ ସହ ଅଭିଯାନ ଆରମ୍ଭ କରିଥିଲା । ଲକ୍ଷ୍ୟ ସେନ୍ ଜି ଜିଆ ଲି’ଙ୍କଠାରୁ ୨୧-୨୩, ୯-୨୧ରେ ପରାସ୍ତ ହେବା ଫଳରେ ଭାରତ ୦-୧ରେ ପଛୁଆ ରହିଥିଲା । କିନ୍ତୁ ଏହାପରେ ଭାରତ କ୍ରମାଗତ ବିଜୟ ହାସଲ କରିଥିଲା । ପ୍ରଥମେ ଡବଲ୍ସରେ ଓ ପରେ ସିଙ୍ଗଲ୍ସରେ ଦଳ ବିଜୟୀ ହୋଇ ୨-୧ରେ ଅଗ୍ରଣୀ ରହିଥିଲା ।

ଡବଲ୍ସରେ ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ ଓ ତାଙ୍କ ଯୋଡ଼ିଦାର ଚିରାଗ୍ ଶେଟ୍ଟୀ ପ୍ରତିଦ୍ୱନ୍ଦ୍ୱୀ ଯୋଡ଼ି ଜେ ଫେଇ ଗୋହ-ନୂର୍ ଇଜୁଦ୍ଦିନ୍‌ଙ୍କୁ ୨୧-୧୯, ୨୧-୧୫ରେ ପରାସ୍ତ କରି ସ୍ଥିତିକୁ ବରାବର କରିଥିଲେ । ପରେ କିଦାମ୍ବୀ ଶ୍ରୀକାନ୍ତ ଚମତ୍କାର ପ୍ରଦର୍ଶନ ପୂର୍ବକ ଜେ ୟୋଙ୍ଗ୍ ଏନ୍‌ଜିଙ୍କ ବିପକ୍ଷରେ ୨୧-୧୧, ୨୧-୧୭ରେ ବିଜୟୀ ହୋଇଥିଲେ । କିନ୍ତୁ ଚତୁର୍ଥ ମୁକାବିଲାରେ କ୍ରିଷ୍ଣାପ୍ରସାଦ ଗାରାଗା-ବିଷ୍ଣୁବର୍ଦ୍ଧନ ଗୌଡ଼ ପ୍ରାଞ୍ଜଲା ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆରୋନ୍ ଚିଆ-ଏ ୟି ତିଓ ଯୋଡ଼ିଠାରୁ ୧୯-୨୧, ୧୭-୨୧ରେ ହାରିବା ଫଳରେ ପୁନର୍ବାର ସ୍ଥିତି ବରାବର ହୋଇଥିଲା । ନିର୍ଣ୍ଣାୟକ ମୁକାବିଲାରେ ଜୁନ୍ ହାଓ ଲିଓଙ୍ଗ୍‌ଙ୍କୁ ୨୧-୧୩, ୨୧-୮ରେ ପରାସ୍ତ କରି ପ୍ରଣୟ ପୁରୁଷ ବିଭାଗରେ ପ୍ରଥମ ଥର ପାଇଁ ପଦକ ଜିତିବା ସୁନିଶ୍ଚିତ କରିଥିଲେ । ଏଥିସହ ଭାରତ ୪୩ ବର୍ଷ ପରେ

ପ୍ରଥମେ ମହିଳା ବିଭାଗ ମୁକାବିଲା ଖେଳାଯାଇଥିବା ବେଳେ ଏଥିରେ ଭାରତକୁ ପ୍ରଥମରୁ ଝଟ୍‌କା ଲାଗିଥିଲା । କାରଣ ଦଳର ତାରକା ଖେଳାଳି ପିଭି ସିନ୍ଧୁ ମାଲେସିଆର ପ୍ରମୁଖ ଖେଳାଳି ରାଚାନୋକ୍ ଇନ୍ତାନନ୍‌ଙ୍କ ହାତରୁ ୨୧-୧୮,୧୭-୨୧,୧୨-୨୧ରେ ପରାସ୍ତ ହୋଇଥିଲେ । ଏହାପରେ ଦ୍ୱିତୀୟ ମୁକାବିଲାଟି ଡବଲ୍ସ ବର୍ଗରେ ଖେଳାଯାଇଥିଲା । ଏଥିରେ ଶ୍ରୁତି ମିଶ୍ରା-ଜିମରନ୍ ସିଙ୍ଗି ଯୋଡ଼ି ୧୬-୨୧, ୧୩-୨୧ ସିଧାସଳଖ ଗେମ୍‌ରେ ମାଲେସିଆ ଯୋଡ଼ି ଜେ କିଟିଥାରାକୁଲ୍‌-ଆର୍‌. ପ୍ରଜୋଙ୍ଗ୍‌ଜାଇଙ୍କଠାରୁ ହାରିଯାଇଥିଲା । ଫଳରେ ଭାରତ ୦-୨ରେ ପଛୁଆ ରହିଥିଲା ।

ପ୍ରତିଯୋଗିତାରେ ବଜାୟ ରହିବା ସକାଶେ ତୃତୀୟ ମୁକାବିଲାଟି ଭାରତକୁ ଜିତିବାର ନିହାତି ଆବଶ୍ୟକ ଥିଲେ ହେଁ ଏହି ସିଙ୍ଗଲ୍ସ ମ୍ୟାଚ୍‌ରେ ଆକର୍ଷି କଶ୍ୟପ ପ୍ରତିଦ୍ୱନ୍ଦ୍ୱୀ ପୋର୍ନପାୱି ଚୋଚୁଓଙ୍ଗ୍‌ଙ୍କଠାରୁ ୧୬-୨୧, ୧୧-୨୧ରେ ହାରିଯାଇଥିଲେ । ମାଲେସିଆ ୩-୦ରେ ଟାଇରେ ଆଗୁଆ ରହିବା ଫଳରେ ପରବର୍ତ୍ତୀ ଦୁଇଟି ମୁକାବିଲା ଖେଳାଯିବାର ଆବଶ୍ୟକତା ପଡ଼ି ନ ଥିଲା । ପୂର୍ବରୁ ଦଳ ଗ୍ରୁପ୍‌-ଡି’ରେ କାନାଡା ଓ ଆମେରିକାକୁ ହରାଇ କ୍ୱ୍‌ାର୍ଟର୍‌ରେ ସ୍ଥାନ ପକ୍କା କରିଥିଲା ।