ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ମଳେହିପଡା ଗ୍ରାମରେ ରବିବାର ବିଶ୍ୱାଶାନ୍ତ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଧିବାସ ପୂଜନ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ମାତୃଗଣ ଏକ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା କରିଥିଲେ। ରିଆମାଳ ଜଗନ୍ନାଥ ମନ୍ଦିର ସ୍ଥିତ ବ୍ରାହ୍ମଣ ବନ୍ଧ ନିକଟରେ ପହଞ୍ଚିଥିଲେ। ପୁରୋହିତ ଧୁବେଇଧର ନନ୍ଦ, ସଞ୍ଜୟ ଶତପଥୀ ଓ ବିଶିକେଶନ ଦାଶ ବରୁଣ ଦେବତାଙ୍କୁ ଆବାହନ ସହିତ ପୂଜାର୍ଚ୍ଚନା କରିବା ପରେ ଯଜ୍ଞର କର୍ତ୍ତା ଖଗେଶ୍ୱର ପ୍ରଧାନ ଓ ତାଙ୍କ ପତ୍ନୀ ସଳିତା ପ୍ରଧାନ ସର୍ବ ପ୍ରଥମେ ସଂସାରର ସୁଖ ସମୃଦ୍ଧି ନିମନ୍ତେ କଳସରେ ଜଳ ଭର୍ତ୍ତି କରିଥିଲେ।
ତା‘ପରେ ମାତୃଗଣ କଳସରେ ଜଳ ଭର୍ତ୍ତି କରି ଯଜ୍ଞ ମଣ୍ଡପ ଆଡକୁ ଅଗ୍ରସର ହୋଇଥିଲେ। କଳସଯାତ୍ରା ସମୟରେ ହରିନାମ ସଂକୀର୍ତନ ସହିତ ଦୁଲଦୁଲି ବାଜା ଓ ହୁଳହୁଳି ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠିଥିଲା। ସୋମବାର ପ୍ରଥମେ ସୂର୍ଯ୍ୟ ପୂଜନ ତା’ପରେ ଗୋ’ ପୂଜନ, ଗୁରୁ ପୂଜନ ସହିତ ହରିନାମ ଷୋଡଶ ଉପଚାରରେ ପୂଜା ଅନୁଷ୍ଠିତ ହେବ। ୨୦ରୁ ଊର୍ଦ୍ଧ୍ୱ ସଂକୀର୍ତନ ମଣ୍ଡଳୀ ସହିତ ଯଜ୍ଞ ସମ୍ପାଦନ କରିଯିବ ବୋଲି ଯଜ୍ଞ କମିଟି ସଭାପତି ବୈକୁଣ୍ଠ ପ୍ରଧାନ ଓ ସମ୍ପାଦକ ହୀରାଧର ସ୍ୱାଇଁ ପରିପ୍ରକାଶ କରିଛନ୍ତି। କୋଧାଧ୍ୟକ୍ଷ ପୌଲସ୍ତି ଦେହୁରୀ, ମୁନସୁନ ସାହୁ ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।