Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଲଞ୍ଚ ହେଲା ଏଲ୍‌ଆଇସି ଆଇପିଓ; ପ୍ରଥମ ଦିନରେ ୬୨% ସବ୍‌ସ୍କ୍ରିପ୍‌ସନ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଲଞ୍ଚ ହେଲା ଏଲ୍‌ଆଇସି ଆଇପିଓ; ପ୍ରଥମ ଦିନରେ ୬୨% ସବ୍‌ସ୍କ୍ରିପ୍‌ସନ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯାଇଛି। ବୁଧବାର ଏହି ଆଇପିଓ ଲଞ୍ଚ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୯ତାରିଖ ଯାଏଁ ଏହା ଜାରି ରହିବ। ପ୍ରଥମ ଦିନର ଲଞ୍ଚରେ ଏହି ଆଇପିଓକୁ ନିବେଶକଙ୍କ ପକ୍ଷରୁ ବଢିଆ ରେସ୍‌ପନ୍ସ ମିଳିଛି। ପ୍ରଥମ ଦିନରେ ଆଇପିଓର ୬୨ ପ୍ରତିଶତ ସବ୍‌ସ୍କ୍ରିପ୍‌ସନ ହୋଇଥିବା ଜଣାପଡିଛି। ଲଞ୍ଚ ହେବାର ମାତ୍ର ୭ ଘଣ୍ଟା ମଧ୍ୟରେ ଏହି ବିକ୍ରି ହୋଇଥିବା ଜଣାପଡିଛି। ଅପରାହ୍ନ ୫ଟା ସୁଦ୍ଧା ଏହି ଆଇପିଓର ୬୨ ପ୍ରତିଶତ ବିକ୍ରି ହୋଇଛି। ୯୦୨ରୁ ୯୪୯ ଟଙ୍କା ଯାଏଁ ଏହାର ମୂଲ୍ୟ ରହିଛି ଏବଂ ଆସନ୍ତା ୧୭ ତାରିଖରେ ଏହା ଶେୟାର ମାର୍କେଟରେ ଲିଷ୍ଟିଂ କରାଯିବ ବୋଲି ଜଣାପଡିଛି।

ସରକାରଙ୍କ ପକ୍ଷରୁ ୧୬.୨୦ କୋଟି ଶେୟାର ବିକ୍ରି କରାଯାଉଥିବା ବେଳେ ଏଥିରୁ ସରକାରଙ୍କୁ ପ୍ରାୟ ୨୧ ହଜାର କୋଟି ଟଙ୍କା ମିଳିବ। ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ୧୫,୮୧,୨୪୯ଟି ଶେୟାର ସଂରକ୍ଷିତ ରଖାଯାଇଥିବା ବେଳେ ପଲିସି ହୋଲ୍ଡରଙ୍କ ପାଇଁ ୨,୨୧,୩୭,୪୯୨ଟି ଶେୟାର ସଂରକ୍ଷିତ ରଖାଯାଇଛି। ରିଟେଲ୍ ଇନଭେଷ୍ଟରଙ୍କ ପକ୍ଷରୁ ୦.୫୫ ଗୁଣା ବୁକିଂ କରାଯାଇଥିବା ବେଳେ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପକ୍ଷରୁ ୦.୩୩ ଗୁଣା ଅଂଶଧନ କିଣା ଯାଇଥିଲା। ୩.୫ ପ୍ରତିଶତର ବିନିବେଶ ସହିତ କେନ୍ଦ୍ର ସରକାରଙ୍କୁ ୨୧ ହଜାର କୋଟି ଟଙ୍କା ମିଳିବାକୁ ଯାଉଥିବା ବେଳେ ଆସନ୍ତାମ ୧୭ ତାରିଖରେ ଲିଷ୍ଟିଂ ପୂର୍ବରୁ ଏହାର ଆଇପିଓ ବିକ୍ରି ଶେଷ ହେବା ନେଇ ଆଶା କରାଯାଉଛି।

ଆଇପିଓ ମୂଲ୍ୟ ୯୦୨-୯୪୯ ଟଙ୍କା ରହିଥିବା ବେଳେ ପଲିସି ହୋଲ୍ଡର ମାନଙ୍କୁ ୬୦ ଟଙ୍କାର ରିହାତି ଏବଂ କର୍ମଚାରୀଙ୍କୁ ୪୫ ଟଙ୍କାର ରିହାତି ପ୍ରଦାନ କରାଯାଉଛି। ନିବେଶକ ମାନେ ଗୋଟିଏ ଲଟରେ ସର୍ବାଧିକ ୧୫ଟି ଶେୟାର କ୍ରୟ କରିପାରିବେ। ଏହାର ସର୍ବାଧିକ ମୂଲ୍ୟ ୧୪୨୩୫ ଟଙ୍କାମ ରହିବ ବୋଲି ଜଣାପଡିଛି। ୨୪୫ଟି ଘରୋଇ ବୀମା କମ୍ପାନୀକୁ ନେଇ ମାତ୍ର ୫ କୋଟିର ମୂଳଧନ ସହିତ ସେପ୍ଟେମ୍ବର୧, ୧୯୫୬ରେ ଆରମ୍ଭ କରାଯାଇଥିଲା ଭାରତୀୟ ଜୀବନବୀମା ନିଗମ।