Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କେଆଇୟୁଜିରେ ଓଡ଼ିଶା କ୍ରୀଡ଼ାମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କେଆଇୟୁଜିରେ ଓଡ଼ିଶା କ୍ରୀଡ଼ାମନ୍ତ୍ରୀ

ବେଙ୍ଗାଲୁରୁ,ଏଜେନ୍ସି: ଏଠାକାର ଜୈନ ୟୁନିଭର୍ସିଟି ପରିସରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି)ରେ ପହଞ୍ଚି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ରେସ୍‌ଲିଂ, କବାଡି ଓ କରାଟେ ପ୍ରତିଯୋଗିତାର ମଜା ନେଇଛନ୍ତି। ଏହି ଅବସରରେ ଶ୍ରୀ ବେହେରା ଜୈନ୍ ୟୁନିଭର୍ସିଟି କ୍ୟାମ୍ପସ୍ ବୁଲି ଦେଖିଥିଲେ। କେଆଇୟୁଜିର ପ୍ରଥମ ସଂସ୍କରଣ ୨୦୨୦ରେ କିଟ୍ ୟୁନିଭର୍ସିଟି ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୫୦ ୟୁନିଭର୍ସିଟିରୁ ପାଖାପାଖି ୩ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କିନ୍ତୁ ଚଳିତ ସଂସ୍କରଣରେ ୨ ଶହ ୟୁନିଭର୍ସିଟିରୁ ୪ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ୧୨ଟି ବିଭାଗରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ଆଗାମୀ ଦିନରେ ମଧ୍ୟ ଏହି କ୍ରୀଡ଼ାର କଳେବର ବେଶ୍ ବୃଦ୍ଧି ପାଇବ ବୋଲି ଶ୍ରୀ ବେହେରା ଆଶା ବ୍ୟକ୍ତ କରିଛନ୍ତି। ସେହିପରି କରୋନା ସଂକ୍ରମଣ କାରଣରୁ ଦୁଇ ବର୍ଷ ଧରି କ୍ରୀଡ଼ାବିତ୍‌ମାନେ ପ୍ରତିଯୋଗିତାକୁ ଓହ୍ଲାଇବା ସୁଯୋଗ ପାଇ ନଥିଲେ। କେଆଇୟୁଜି ସେମାନଙ୍କୁ ପ୍ରତିଭା ପ୍ରଦର୍ଶନର ଉପଯୁକ୍ତ ସୁଯୋଗ ଦେଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ନିଜର ଦୋଷ ଦୁର୍ବଳତା ଓ ଶକ୍ତିଶାଳୀ ଦିଗକୁ ମଧ୍ୟ ଜାଣିପାରିଛନ୍ତି।

କେଆୟୁଜି ପ୍ରତିଭା ପ୍ରଦର୍ଶନର ଉପଯୁକ୍ତ ପ୍ଲାଟ୍‌ଫର୍ମ ହୋଇପାରିଛି। ସେହିପରି କେଆଇୟୁଜିର ଉଦ୍‌ଘାଟନୀ ସଂସ୍କରଣରେ ଓଡ଼ିଶାରେ ଆୟୋଜନ କରି ରାଜ୍ୟ ଅନ୍ତର୍ଜାତୀୟ ମାନର ଇଭେଣ୍ଟ୍ ଆୟୋଜନର ମଧ୍ୟ ଦକ୍ଷତା ରଖେ, ତାହା ପ୍ରମାଣିତ କରିପାରିଥିଲା। ଏହାର ଆୟୋଜନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରଦୃଷ୍ଟି କାରଣରୁ ହିଁ ସମ୍ଭବପର ହୋଇପାରିଥିବା ଶ୍ରୀ ବେହେରା କହିଛନ୍ତି।