ବାସନ ଦୋକାନରୁ ୧ଲକ୍ଷ ଟଙ୍କାର କଂସା ବାସନ ଚୋରି

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ଜିନିଷ ପତ୍ର ଚୋରି ହେଉଥିବା ଅଭିଯୋଗ ହେଉଛି । ଏହି କ୍ରମରେ ଆଜି ଲଖନା ସହର ଗାନ୍ଧିଛକ ନିକଟରେ ଥିବା ଏକ ବାସନ ଦୋକାନରୁ ଆନୁମାନିକ ୧ଲକ୍ଷ ଟଙ୍କାର କଂସା ବାସନ ଚୋରି ହୋଇଛି । ଏନେଇ ଦୋକାନ ମାଲିକ ନରେଶ କେଉଁଟ ଲଖନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାସନ ଦୋକାନ ସ୍ଲାପ ପାଖରେ ଥିବା ଝରକାକୁ ଗଇଁତି ସାହାଯ୍ୟରେ ଭାଙ୍ଗି ଚୋର ଦୋକାନ ଭିତରକୁ ପଶି କଂସା ବାସନ ଚୋରି କରିଥିବା କୁହାଯାଉଛି ।