ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଟିକ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡ଼ିଓ ଚନ୍ଦ୍ରମଣୀ ନାଗ, ବ୍ଲକ୍ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡେକ, ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ଅକ୍ଷୟ ରଣା, ସଇଁନ୍ତଲା ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ର, ପିଏଚଓ ମିନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅପହଞ୍ଚ ଅଞ୍ଚଳରେ ମାଗଣାରେ ଚିକିତ୍ସା ସେବା ପାଇବା ପରେ ଲୋକେ ବେଶ୍ ଉତ୍ସାହିତ ହୋଇଥିବାର ଦେଖିବାକୁ ମିଳିଥିଲା।