ଅହମ୍ମଦାବାଦରେ ଗୌତମ ଅଦାନୀଙ୍କୁ ଭେଟିଲେ ବୋରିସ ଜନସନ୍‌

ଅହମ୍ମଦାବାଦ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଜି ଅହମ୍ମଦାବାଦରେ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କୁ ଭେଟିଛନ୍ତି । ଅହମ୍ମଦାବାଦର ଶନ୍ତିଗ୍ରାମସ୍ଥିତ ଅଦାନୀ ଗ୍ଲୋବାଲ ହେଡକ୍ୱାଟର୍ସରରେ ଏହି ସାକ୍ଷାତ ହୋଇଛି । ଅଦାନୀ କର୍ପୋରେଟ ହାଉସ ପହଞ୍ଚିବା ପରେ ଅଦାନୀ ଗ୍ରୁପର ମୁଖ୍ୟ ଅଧିକାରୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରତିନିଧୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ । ଗତ ୩୦୦ ବର୍ଷରେ ଏହା କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜରାଟ ଗସ୍ତ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ଏହି ସମୟରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପୂର୍ବରୁ ଗୌତମ ଅଦାନୀ ଗତ ବର୍ଷ ଅକ୍ଟୋବରରେ ଲଣ୍ଡନରେ ହୋଇଥିବା ଗ୍ଲୋବାଲ ଇନଭେସମେଣ୍ଟ ସମିଟରେ ଜନସନଙ୍କୁ ଭେଟିଥିଲେ ।